୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗିର ଜିଲ୍ଲା ବେଲପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ଦୁଇ ଦିନ ଧରି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତା ୧.୧୨.୨୩ ରେ କଲେଜ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର ଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିବା ବେଳେ ଅଧ୍ୟାପକ ସୁଦାମ ଚରଣ ମହାପାତ୍ର ମଞ୍ଚ ପରିଚାଳନା କରୁଥିଲେ ।

ଯୁକ୍ତ ଦୁଇରୁ ୧୮ ଟି ଓ ଯୁକ୍ତ ତିନି ୧୮ ଟି ମୋଟ ୩୬ ଟି ପ୍ରତିଯୋଗିତା କରାଯାଇଥିଲା ଏବଂ ସେଥିରେ ୬୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଦ୍ଵିତୀୟ ଦିନ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ସମ୍ମାନୀତ ଅତିଥି ଭାବେ ବିଧାୟକ ଙ୍କ ପ୍ରତିନିଧି କୁମୁଦ ମହାଖୁଡ (ବାପି), ବାଗଦୋର ସରପଞ୍ଚ ପ୍ରଦୀପ କୁମାର ବେହେରା, ବିଜେଡି ନେତା ମୁନା ମେହେର, ରବିନ୍ଦ୍ର ମେହେର, ପଦ୍ମନାଭ ମେହେର (କୋଟ୍), କୁନା ମହାଖୁଡ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
















