୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୂଆଗାଁ ବ୍ଲକର ଦୁରୁଦୁରା ଗ୍ରାମ ପଞ୍ଚାୟତରେ ତହିମୁଲ୍ ଖାଁ ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟ ବକଳବନ୍ଧ, ଦୁରୁଦୁରାରେ ଦୀର୍ଘ ୩୨ ବର୍ଷ କାର୍ଯ୍ୟକାଳ ପରେ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ବର୍ଦ୍ଧନା କମିଟିର ସଭାପତି ମଦନମୋହନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,
ମୁଖ୍ୟ ବକ୍ତା ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ , ଦୁରୁଦୁରା ସରପଞ୍ଚ ସଞ୍ଜୟ କୁମାର ସାହୁ, ଦେବରାଜ ସାହୁ,ଦୁରୁଦୁରା ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଭାବା ବେଗର ପରି ଭାଷାକୁ ବ୍ୟକ୍ତ କରିବା ସହ ଶ୍ରୀ ଖାଁ ଙ୍କ ଚାକିରୀ କ୍ଷେତ୍ରରେ ଭିତରେ ସେ କିପରି, ଛାତ୍ର ବତ୍ସଳ, କର୍ତ୍ତବ୍ୟ ନିଷ୍ଠ, ପରୋଉପକାରି ,
ବିଦ୍ୟାଳୟ ପ୍ରତି ତ୍ୟାଗ କରିଥିବା ଅବଦାନ ଚିରସ୍ମରଣୀୟ ରହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏଥି ସହ ଶ୍ରୀ ଖାଁ ଙ୍କୁ ନଗର ପରିକ୍ରମା କରିବା ସହ ଔପଢକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା।ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ” କିଏ ପୋଛିଦେବ ମୋ ଆଖିର ଲୁହ ” ସାମାଜିକ ନାଟକ ପରିବେଷଣ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଧର ବେହେରା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ସୁବାଷ କୁମାର ଗୋଛି।