No Result
View All Result
୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :- > ଉତ୍ତରାଖଣ୍ଡର ସୁଡ଼ଙ୍ଗରୁ ଦିନ ୧୭ ଦିନ ପରେ ଉଦ୍ଧାର ହୋଇଥିବା ଵହଳଦଆ ବ୍ଳକର ଝରାଡିହି ପଞ୍ଚାୟତର କୁଲଡ଼ିହା ଗ୍ରାମର ରାଜୁ ନାଏକ ଆଜି ଭୁବନେଶ୍ଵରରୁ ନିଜ ଜନ୍ମ ମାଟିକୁ ଫେରିଛନ୍ତି ।ପୂର୍ବାହ୍ନ ୧୧ ଘଟିକା ରେ ରାଇରଙ୍ଗପୁର ମୁର୍ମୁ ଛକରେ ପହଞ୍ଚିବାପରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ବରିଷ୍ଠ ବିଜେପି ନେତା ବିକାଶ ମହାନ୍ତ ଏବଂ ଅନ୍ୟ ଦଳୀୟ ନେତୃବୃନ୍ଦ ପ୍ରମୁଖ ତାଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରିଥିଲେ ।
ସେହିଭଳି ନିଜ ଜନ୍ମମାଟି କୁଲଡିହା ଗ୍ରାମରେ ଗ୍ରାମବାସୀ , ବିଭିନ୍ନ ଦଳୀୟ ନେତୃବୃନ୍ଦ ତାଙ୍କୁ ପୁଷ୍ପମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଜୁ ଜନତାଦଳର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ ବହଳଦା ୨୫ ଜୋନ ଜିଲ୍ଲାପରିଷଦ ସଭ୍ଯା,ଭଗବତୀ ମିଶ୍ର , ବିଶିଷ୍ଟ ନେତା ସଚିନ୍ ଦାସ , ଯୁବ ନେତା ରାହୁଲ ଯାଦବ , ନେତା ହରେକୃଷ୍ଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଭା ଜ ପା ର ରାଜ୍ଯ କାର୍ଯ୍ଯକାରୀ ନେତା ଇଂ ରାମଚନ୍ଦ୍ର ହାଁସଦାଃ ପହଞ୍ଚି ସ୍ବାଗତ କରିବା ସହିତ ରାଜୁ କୁ ଦୀର୍ଘାୟୁ ଓ ମଙ୍ଗଳ କାମନା କରିଥିଲେ ।
ରାଜ୍ୟ ସରକାର ଜିଲ୍ଲା ଭାରାପ୍ରାପ୍ତ ଶ୍ରମ ଅଧିକାରୀଙ୍କ ସହ ତାଙ୍କୁ ତାଙ୍କ ଗ୍ରାମକୁ ପଠାଇଥିଲେ । ରାଜୁ ତାଙ୍କର ଅନୁଭୂତି ଗଣ ମାଧ୍ୟମ ସମ୍ମୁଖରେ ବଖାଣି ଥିଲେ । ରାଜୁ ଫେରନ୍ତାକୁ ନେଇ ଗ୍ରାମବାସୀ ଗାଁରେ ପୂଜାର୍ଚ୍ଚନା ଓ ସଙ୍କୀର୍ତ୍ତନ ଦୁଇଦିନ ହେଲା ଚାଲିଥିଲା । ରାଜୁକୁ ଫେରିପାଇ ପରିବାର ଲୋକେ ତଥା ତାଙ୍କ ବାପା ମୋଚିରାମ ନାଏକ, ଗ୍ରାମବାସୀ ବହୁ ଆନନ୍ଦିତ ହୋଇଥିଲେ । ଖୁସିରେ ଗାଁ ରେ ମିଠା ବଣ୍ଟନ ହୋଇଥିଲା ।
No Result
View All Result