
ଓଡିଶା ତାଜା ନ୍ୟୁଜ୍ (୧୭ ଜୁଲାଇ ୨୦୨୦ ଶୁକ୍ରବାର) ନୟାଗଡ ଜିଲ୍ଲା :- ନୟାଗଡ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ କୁ ଅଚାନକ ଗସ୍ତ କରିଥିଲେ ଜିଲ୍ଲାପାଳ ଡ. ପୋମା ଟୁଡୁ ସାଥିରେ ଥିଲେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ । ଉଧେଶ୍ୟ କେବଳ କରୋନା ବ୍ୟବସ୍ଥା ଠିକ ଚାଲିଛି କି ନାହିଁ, ଦେଉଥିବା ନିର୍ଦେଶ ଠିକସେ କାର୍ଯ୍ୟକାରୀ ହେଉଛି ନା କିଏ ତାକୁ ଅବମାନନା କରି କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆ ଯାଉଥିବା ସୁବ୍ୟବସ୍ଥାକୁ ଅବ୍ୟବସ୍ଥା ଆଡକୁ ନେଇ ଯାଉ ନାହିଁ ତ¡ଏହା ଦ୍ୱରା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଯିବନି ତ,

ଏମିତି କେତେ କଣ ସକାରାତ୍ମକ ଚିନ୍ତାଧାରା ନେଇ ଜିଲ୍ଲାପାଳ ଡ. ଟୁଡୁ ଗସ୍ତ କରିଥିଲେ ଖଣ୍ଡପଡା ବ୍ଲକର ବିଭିନ୍ନ ପଂଚାୟତରେ ଥିବା କୋଭିଡ କେୟାର ହୋମ କେନ୍ଦ୍ରକୁ । ତନ୍ନ ତନ୍ନ କରି ଜିଲ୍ଲାପାଳ ନିଜେ ଏହି ପଂଚାୟତ ଗୁଡିକରେ କରୋନା ସମ୍ପର୍କରେ ନିଆ ଯାଇଥିବା ପଦକ୍ଷେପ ବିଷୟରେ ବୁଝିବା ସହ ତୁରନ୍ତ ଏହାର ସବୁ ପ୍ରକାର କାର୍ଯ୍ୟ ଶେଷ କରି କରୋନା ଆକ୍ରାନ୍ତଙ୍କୁ ଏହି ଠାରେ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଉପସ୍ଥିତ କାର୍ଯକର୍ତ୍ତଙ୍କୁ କଡା ନିର୍ଦେଶ ଦେଇଥିବା ଜଣାପଡିଛି ।
ଜିଲ୍ଲପାଳ ଗସ୍ତ କରିଥିବା ଏହି ପଂଚାୟତ ଗୁଡିକ ମଧ୍ୟରେ ଶିଖରପୁର, ବନମାଳିପୁର, ବେନାଗାଡିଆ, ସାତଗାଁ, ଖାଲିସାହି, ଯୋଗିଆପଲ୍ଲୀ ଆଦି ରହି ଥିବାବେଳେ ଜିଲ୍ଲାପାଳଙ୍କ ଏହି ଗସ୍ତ କୁ ଅଞ୍ଚଳବାସି ତାରିଫ କରିଛନ୍ତି ଏପରିକି ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କର ଜାତୀୟ ସଙ୍କଟ ସମୟରେ ଏହିପରି ନିର୍ବିକାର ଭାବରେ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କରୋନା ଜିଲ୍ଲାରେ ସେତେ ପ୍ରଭାବ ବିସ୍ତାର କରିପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି,
ଏହା ମଧ୍ୟ୍ୟ ଦେଖିବାକୁ ମିଳିଛିଯେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜିଲ୍ଲାରେ କରୋନା ସ୍ଥିତିକୁ ଆୟତ୍ତ ପାଇଁ ଜିଲ୍ଲାପାଳ ଧ୍ୟାନ ଦେଉଥିବା ବେଳେ ନୟାଗଡ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ହେଉଥିବା କରୋନା ଯୋଦ୍ଧା ତଥା କରୋନା ଆକ୍ରାନ୍ତଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହୋଇ ସେମାନଙ୍କ ଭଲ ମନ୍ଦ ସହ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଟିକନିକ ବୁଝିବାକୁ ମଧ୍ୟ ଭୁଲି ନାହାନ୍ତି ଏଠାକାର ଜିଲ୍ଲାପାଳ ଡ.ଟୁଡୁ । ଖାସ ଏଇଥିପାଇଁ ସମଗ୍ର ଜିଲ୍ଲାରେ ଜିଲ୍ଲାପାଳଙ୍କ ଏହି ମାନବୀୟ ତଥା ସମବେଦନା କାର୍ଯ୍ୟକୁ ସାଧାରଣ ରେ ପ୍ରଂଶସା କରାଯାଇଛି । (ରିପୋର୍ଟ ରାମ କୃଷ୍ଣ ରଥ)


















