No Result
View All Result
ଚିଲିକା ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ
୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଶନିବାର ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ଵିରିବାଡି ପରିସରରେ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନ ରେ ଏହି ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନ୍ୟବର ବିକାଶ ଗୋଏଲ୍। ଆୟୋଜିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଚାରପତି ଶ୍ରୀ ଯୁକ୍ତ ବିକାଶ ଗୋଏଲ୍, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଵିରିବାଡି ସରପଞ୍ଚ ବିଷ୍ଣୁ ପ୍ରିୟା ସେଣ, ସମିତି ସଭ୍ୟ ଚରଣ ସେଣ,ଚିଲିକା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନତି ଶତପଥୀ,

ନୀଳାଦ୍ରି ଭୂଷଣ ଦାଶ, ଶ୍ରୀ ମତୀ ଗୀତାଞ୍ଜଳି ନାୟକ ,ମଣ୍ଡଳ ବିଜ୍ଞାନ କମିଟି ର ସଂଗଠନ ସମ୍ପାଦକ ତଥା ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ଵିରିବାଡି ର ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ, ଗଇନଡା କ୍ଲଷ୍ଟର୍ ର ସି ଆର୍ ସି ସି ଦେବରାଜ ପରିଡା ପ୍ରମୁଖ ଯୋଗଦେଇ ସମାଜ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଏହାପରେ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର କୁନି ବୈଜ୍ଞାନିକ ମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ, ଜୀବନ ଶୈଳୀ, ଯୋଗାଯୋଗ ଓ ପରିବହନ,କ୍ରୃଷି,
କମ୍ପ୍ୟୁଟର ଚିନ୍ତନ ଆଦି ଥିମ୍ ଉପରେ ୧୨୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଅପରାହ୍ନ ଉଦ୍ ଯାପନୀ ଅଧିବେଶନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ କଳ୍ପନା ଦାଶ, ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡ଼ାକ୍ତର ମଧୁ ସୂଦନ ସେନାପତି, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ର କାର୍ଯ୍ୟନିର୍ବାହୀ ସଭ୍ୟପ୍ରମୋଦ କୁମାର ସ୍ଵାଇଁ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଳାଦ୍ରୀ ଭୂଷଣ ଦାଶ, ଶ୍ରୀ ମତୀ ଗୀତାଞ୍ଜଳି ନାୟକ, ବ୍ଲକ୍ ବିଜ୍ଞାନ କମିଟି ର ସାଂଗଠନିକ ସମ୍ପାଦକ କୁନା ମହତ୍ତ୍ଵ, ଆଞ୍ଚଳିକ ସାଧନ ସନ୍ ଯୋଜକ ଦେବରାଜ ପରିଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ମନସ୍କ ହେବାକୁ ଉଦ୍ ବୋଧନ ଦେଇଥିଲେ।

ଉଭୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଚିଲିକା ମଣ୍ଡଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାସ। ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ସୋମନାଥ ଉଚ୍ଚ ବିଦ୍ୟାଳୟ,ଆଙ୍କୁଲାଚଟି ର ପ୍ରଧାନ ଶିକ୍ଷକ ବିଜୟ କୁମାର ପାତ୍ର ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ବାଲୁଗାଁ ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ଗୋପୀନାଥ ପ୍ରଧାନ। ଶ୍ରୀ ଲୋକନାଥ ଦେବ ମାନସିଂହ, ବିଦ୍ୟାପୀଠ, ଵିରିବାଡି ର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରି ଥିଲେ। ଏହି ଅବସରରେ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ଶିକ୍ଷକ ଓ ସି ଆର୍ ସି ସି ମାନଙ୍କୁ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଜିଲ୍ଲା ସ୍ତରକୁ ଉନ୍ନୀତ ୫ଟି ପ୍ରକଳ୍ପ ଓ କୁନି ବୈଜ୍ଞାନିକ କାଜଲ୍ ସାମନ୍ତ ସିଂହାର, ଆଙ୍କୁଲାଚଟି ସୋମନାଥ ଉଚ୍ଚ ବିଦ୍ୟାଳୟ,ସପ୍ତପର୍ଣା ପ୍ରିୟ ଦର୍ଶିନୀ,ରୁଦ୍ରପ୍ରଜ୍ଞା ଦାସ, ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ଵିରିବାଡି,ସାହେଲ କୁମାର ବିଶ୍ଵାଳ,ଆଦର୍ଶ ବିଦ୍ୟାଳୟ, ଗଇନଡା,ରୀତା ପଲେଇ, ସରକାରୀ ହାଇସ୍କୁଲ, ବାଲୁଗାଁ ସମେତ ସମସ୍ତ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କ୍ରୃତ କରାଯାଇଥିଲା। ପ୍ରକଳ୍ପ ଗୁଡିକ ର ଵିଚାରକ ଭାବେ ଅଧ୍ୟାପକ ଗଙ୍ଗାଧର ଦାଶ, ଜନତା ମହାବିଦ୍ୟାଳୟ, କୁହୁଡି, ଅଧ୍ୟାପକ ବିଶ୍ବରଂଜନ ଦାସ,ଡି ସି ସି ମହାବିଦ୍ୟାଳୟ, ଟାଙ୍ଗୀ ପ୍ରମୁଖ ଯୋଗଦେଇ ମୂଲ୍ୟାୟନ କରିଥିଲେ।

No Result
View All Result