ଓଡିଶା ତାଜା ନ୍ୟୁଜ୍ (୧୭ ଜୁଲାଇ ୨୦୨୦ ଶୁକ୍ରବାର) ନୂଆଗାଁ :- ନୂଆଗାଁ ,ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ରୁ ବୁଧବାର ୯ ଜଣ ଓ ଗୁରୁବାର ଦିନ ଆଉ ୨ ଜଣ ଏହିପରି ଭାବେ ୧୧ ଜଣ କରୋ ନା ରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିଯାଇଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା କୁ ଦୃଷ୍ଟିରେ ରଖି ବାହାଡ ଝୋଲା ସରପଞ୍ଚ ୫ ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।
ଏ ନେଇ ସରପଞ୍ଚ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଏହି ସଟ ଡାଉନ୍ ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବା ସହିତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ଅତିଆବସ୍ୟକ୍ ନ ହେଲେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ଅବଗତ କରାଯାଇଛି । ଏପରିକି ଅତି ଆବଶ୍ୟକ କାର୍ଯ୍ୟ ପାଇଁ ଘରୁ ବାହାରିଲେ ମା ସ୍କ ବ୍ୟବହାର କରିବାକୁ ଅବଗତ କରାଯାଇଛି । ନୂଆଗାଁ ବ୍ଲକ୍ ରେ ଏହି ୧୧ ଜଣ କରୋ ନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜନସାଧାରଣ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । (ସୁବ୍ରତ ପରିଡ଼ା ଙ୍କ ରିପୋର୍ଟ)














