ବ୍ଲକ ସ୍ତରୀୟ ୩୦ ତମ ବିଜ୍ଞାନ ମେଳl ପ୍ରଦର୍ଶନୀ ଅନୁଷ୍ଠିତ  

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡିଆ :-> ତିରିଶ ତମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପଦର୍ଶନୀ ୨୦୨୩ ଅନୁଷ୍ଠିତ ହୋଇଛି l ଏହି ଅବସରରେ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି ସଭାପତିତ୍ୱ ରେ ପଡିଆ ବ୍ଲକ ଅନ୍ତର୍ଗତ ପରସନ ପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳାର ପ୍ରଦର୍ଶନୀ କାର୍ଯ୍ୟକ୍ରମ, ଅନୁଷ୍ଠିତ ହୋଇ ଯାଇଛି l ପୂର୍ବାହ୍ନ ଦଶଟା ସମୟରେ ଉଦଘାଟନୀ ଉତ୍ସବ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୁସାକୀ ଯୋଗ ଦେଇ ଉଦ୍ଧଘାଟନ କରିଥିଲା ବେଳେ ମୁଖ୍ୟ ବକ୍ତା ଭାବେ ମାଟେରୁ ପଞ୍ଚାୟତ ସରପଞ୍ଚ ଲଛମନ ମାଡ଼କାମୀ ଯୋଗ ଦେଇଥିଲେ l

ସଂମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ସତ୍ୟ ନାରାୟଣ, ପଡିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ସରକାର, ପରସନ ପାଲ୍ଲୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷଜ ରଞ୍ଜନ କୁମାର ବେହେରା, ପଡିଆ ଏସ ଏସ ଡି ହାଇସ୍କୁଲର ପ୍ରଧାନ ଶିକ୍ଷଜ ବୁଦୁରା କବାସୀ, ଶିକ୍ଷକ ସଂଙ୍ଘ ସଭାପତି ତକାଲ ବିଚେମ, ସମ୍ପାଦକ ଦିଲ୍ଲୀପ କୁମାର ନାୟକ,ଯୋଗ ଦେଇଥିଲେ l ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୮୫ ଟି ପ୍ରୋଜେକ୍ଟ ଛାତ୍ର ଛାତ୍ରୀ ମାନେ ଆଣିଥିଲେ l

ଏଥି ମଧ୍ୟରୁ ଯେଉଁ ଛାତ୍ର ଛାତ୍ରୀ ମାନେ ଜର୍ଜଙ୍କ ଦ୍ୱାରା ଚୟନ ହେବେ ଏମାନେ ଜିଲ୍ଲା ସ୍ତରକୁ ଯାଇ ପଦର୍ଶନ କରିବେ ବୋଲି ସଭାପତି ଶ୍ରୀ ମାଲି କହିଛନ୍ତି l ଉଦଯାପନୀ ଉତ୍ସବରେ ସଭା ପତି ଜିଲ୍ଲା ଶିକ୍ଷା ଅଧିକାରୀ ଓ ସି ଏ ୧ ମାନସ କୁମାର ଜେନା ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧକ୍ଷା ଯମୁନା ମୁଚାକି, ଜିଲ୍ଲା ପରିଷଦ ସୁରଭି ଭୌମିକ, ମୁଖ୍ୟ ବକ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ, ଯୋଗ ଦେଇଥିଲା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଞ୍ଜନ ପାଣ୍ଡେ,

ସାଂସଦ ପ୍ରତିନିଧି ସି ଏଚ ରବୀଟ କୁମାର, ବିଧାୟକ ପ୍ରତିନିଧି କୋଟାମ ବାଲାୟା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି, ଏ ବି ଓ ଶଙ୍କର ସତ୍ୟ ନାରାୟଣ, ପଡିଆ ଉଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ସରକାର, ପରସନ ପାଲ୍ଲୀ ପ୍ରଧାନ ଶିକ୍ଷଜ ରଞ୍ଜନ କୁମାର ବେହେରା ସଂଙ୍ଘ ସଭାପତି ତକାଲ ବିଚେମ ସମ୍ପାଦକ ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l