ଆମେ କିଛି କରି କି ଦେଖାଇବା ନଚେତ୍ ଭାଙ୍ଗିକି ଦେଖାଇବା – ବିଜେପି
୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ରଣପୁର ବ୍ଲକର କନ୍ଧନୟାଗଡ ପଚାଂୟତ ରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର କୁ ଉଦଘାଟନ କୁ ନେଇ ବିଜେପି ବ୍ୟାକୁଳ ହୋଇପଡ଼ିଥିଲେ ଯାହା ଫଳରେ ଘଟଣାସ୍ଥଳରେ ପୁଲିସ ପହଚିଂ ସ୍ଥିତି କୁ ନିୟନ୍ତ୍ରଣ କରିଥିଲା । ଖବର ନେବାରୁ ଜଣାଯାଏ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫ୍ରେନ୍ସରେ ବିଭିନ୍ନ ମେଡିକାଲ କୁ ଉଦଘାଟନ କରିଥିଲେ । ସେଥି ମଧ୍ୟ ରେ କନ୍ଧନୟାଗଡ ସ୍ୱାସ୍ଥ୍ୟା ଆରୋଗ୍ୟ କେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ।
କିନ୍ତୁ ଆଜି ରଣପୁର ବିଧାୟକ ଏହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦଘାଟନ କରିବା ସହ ଗୃହ ପ୍ରବେଶ ପାଇଁ ଯୋଜନା କରିଥିଲେ । ଏହି କେନ୍ଦ୍ର ଉଦଘାଟନ ପାଇଁ କନ୍ଧନୟାଗଡ ଓ ଚାନ୍ଦପୁରର ବିଜେଡି କର୍ମୀମାନେ ଏଥିରେ ସାମିଲ ହୋଇଥିଲେ । କିନ୍ତୁ କନ୍ଧନୟାଗଡ ସମିତି ସଭ୍ୟା ତଥା ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା ଙ୍କୁ ଏଥିରେ ସାମିଲ କରାଯାଇନଥିଲା । ବିଧାୟକ ସତ୍ୟନରାୟଣ ପ୍ରଧାନ କନ୍ଧନୟାଗଡ ରେ ପହଚିଂଲା ବେଳ କୁ ବ୍ଲକ ଅଧକ୍ଷା ନିର୍ମଳା ବେହେରା ଓ ଜିଲ୍ଲା ବିଜେପି ସଭାପତି ତାପସ ରଂଜନ ମାର୍ଥା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ର ଠାରେ ପହଚିଂଥିଲେ ।
ପରେ ଅଧକ୍ଷା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ର କୁ ରିବନ କାଟି ଉଦଘାଟନ କରିଥିଲେ । ଏହାର କିଛି ସମୟ ପରେ ବିଧାୟକ ସେଠାରେ ପହଚିଂଲା ବେଳକୁ ବ୍ଲକ ଅଧକ୍ଷା ଶ୍ରୀମତୀ ବେହେରା ଓ ଜିଲ୍ଲା ସଭାପତି ଶ୍ରୀ ମାର୍ଥା ବିଧାୟକ ଙ୍କୁ କଳା ପତକା ଦେଖାଇବା ସହ ଫେରିଯିବା ପାଇଁ ବିଭିନ୍ନ ଧ୍ୱନୀ ଦେଇଥିଲେ । କିଛି ସମୟ ପାଇଁ ସେଠାରେ ମୁହାଁମୁହିଁ ଅବସ୍ଥା ହୋଇଥିଲା ।
ଚାନ୍ଦପୁର ପୁଲିସ ସେଠାରେ ପହଚିଂ ସ୍ଥିତି କୁ ନିୟନ୍ତ୍ରଣ କରିଥିଲା । ଚାନ୍ଦପୁର ର ବଜାର ଘାଟରେ ଓ ରାଜନୀତି ମହଲରେ ଏହା ଏକ ନିନ୍ଦନୀୟ କଥା ବୋଲି ଚର୍ଚ୍ଚା ଜୋର ଧରିଛି । ଆମ ଅଞ୍ଚଳ ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ବିକଶିତ ହେବାକୁ ଯାଉଥିଲା ବେଳେ ନିଜର ସ୍ୱାର୍ଥ ପାଇଁ ଦେଖାଯାଉଅଛି କଳାପତାକା । କାହିଁକି ରହିଲା ନାହିଁ ଆମର ନାମ ? ସେଥିଲାଗି ରଚାଗଲା ଷଡ଼ଯନ୍ତ୍ର ର ଡ୍ରାମା ଏହାକୁ ଚାନ୍ଦପୁରର ସମସ୍ତ ଜନସାଧାରଣ ଏହାକୁ ଘୋର ନିନ୍ଦା କରିଛନ୍ତି । ହୀନ ରାଜନୀତି କରୁଛି ବିଜେପି।















