No Result
View All Result

୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟ ପକ୍ଷରୁ ବାର୍ଷିକ କ୍ରୀଡ଼ା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଅଛି । ଏହି ଉପଲକ୍ଷେ ବିଦ୍ୟାଳୟ ର ଶିଶୁ ପ୍ରାରମ୍ଭ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ରେ ଆୟୋଜିତ ବିଭିନ୍ନ କ୍ରିଡ଼ା ପ୍ରତିଯୋଗୀତା ରେ ଭାଗ ନେଇ ପ୍ରଥମ , ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଏହି କ୍ରୀଡ଼ା ଉତ୍ସବ ରେ ଭାପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଲିଲିପ୍ରିୟା ସାହୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ସୁନାକର ସାହୁ ଯୋଗଦେଇ ଏହାକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ । ଖେଳ କୁଦ ଦ୍ବାରା କଣ କଣ ଉପକାର ମିଳେ ସେ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ ।

ଅତିଥି ମାନଙ୍କ ଦ୍ବାରା ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ପୁରସ୍କାର ସହ ମାନପତ୍ର ବଣ୍ଟନ କରାଯାଇଥିଲା । ଏହି କ୍ରୀଡ଼ା ଉତ୍ସବ କୁ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଶୈଳବାଳା ମେକାପ , ସମ୍ପାଦକ ସୁରେନ୍ଦ୍ର ନାଥ ସାହୁ ଓ ପରିଚାଳନା କମିଟିର ସମସ୍ତ କର୍ମ କର୍ତ୍ତା ମାନେ ସହଯୋଗ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।


No Result
View All Result