୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖା ପକ୍ଷରୁ ଆଜି ପାଞ୍ଚ ଦଫା ଦାବି ନେଇ ମାଲକାନଗିରି ସଦର ମହକୁମାରେ ଥିବା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟ ଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ l ରାଜ୍ୟ ସରକାରଙ୍କ ବିଭିନ୍ନ ସଂଗଠନକୁ ଅନୁଦାନ, ପେନସନ, ସ୍ୱାସ୍ଥ୍ୟବିମା ଭଳି ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି l କିନ୍ତୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉ ଥିବା ସାମ୍ବାଦିକଙ୍କୁ କେବଳ ସ୍ୱାସ୍ଥ୍ୟବୀମା ଭଳି ଲଲୀପପ ଦେଇ ନିଜର କର୍ତ୍ତବ୍ୟ ସାରିଦେଲା ଭଳି ମନେ ହେଉଛି l
ବିଭିନ୍ନ ରାଜନୈତିକ ଦଳ,ସାମଜିକ ସଂଗଠନ,ବିଭିନ୍ନ ଅନୁଷ୍ଠାନ ନିଜର ଦାବି ଗୁଡ଼ିକୁ ପୂରଣ ନିମନ୍ତେ ସାମ୍ବାଦିକଙ୍କ ଜରିଆରେ ଉପସ୍ଥାପନ କରୁଥିବା ବେଳେ ସାମ୍ବାଦିକ ଟିଏ କିନ୍ତୁ ସବୁ କ୍ଷେତ୍ରରେ ଅବହେଳିତ ହେଉଥିବା ନଜର ହେଉଛି l ଏହି କ୍ରମରେ ରାଜ୍ୟ ରାଜଧାନୀରେ ବିଭିନ୍ନ ସଂଗଠନ ପକ୍ଷରୁ ସଚିବାଳୟ ସାମ୍ନାରେ ଦାବି ପୂରଣ ପାଇଁ ଧାରଣା ଦେଉଥିବା ବେଳେ ସାମ୍ବାଦିକ ଏକତାରକ୍ଷା ପାଇଁ ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲାରେ ଏକାଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସଂମୁଖରେ ସାମ୍ବାଦିକ ମାନେ ଧାରଣ ଦେଇଥିଲେ l
ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବିଗୁଡିକ ହେଉଛି, ସାମ୍ବାଦିକ ଆଇନ ପ୍ରଣୟନ, ଓଡିଶାରେ ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ଅବସରକାଳୀନ ପେନସନ, ଅଧିସ୍ୱୀକୃତି କମିଟି ପୁନଃଗଠନ ଓ ବ୍ଲକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ,ପ୍ରବର୍ତ୍ତିତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ପଚିଶ ବର୍ଷରୁ ଉର୍ଦ୍ଧ ବୟସ୍କ ନିର୍ଭରଶୀଳ ସନ୍ତାନମାନଙ୍କୁ ସାମିଲ, ପ୍ରେସ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟଳୟ ସ୍ଥାପନା l ଏହି ସମ୍ବଧିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଧ୍ୟେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l
ଏହି ଦାବିଗୁଡିକ ପୂରଣ ପାଇଁ ରାଜ୍ୟ ସଂଘ ତରଫରୁ ଆଗାମୀ ଦିନରେ ସମସ୍ତ ଜିଲ୍ଲାରୁ ସମବେତ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ଯୋଜନା ରହିଛି l ଆଜିର ଏହି ପ୍ରତୀକ ଧାରଣାରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସମସ୍ତ ସଦ୍ୟସ କର୍ମକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ ଏହି ଅଵସର ରେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଆଡ଼ମା ରାବା, ଜିଲ୍ଲା ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସ, ଗୋପୀକୃଷ୍ଣ ପଟନାୟକ, ସନ୍ତୋଷ ନାଗ, ଦେବବ୍ରତ ସାନା, ଜୟନ୍ତ ତିଆଡ଼ି, ପଞ୍ଚାନନ ଦାସ, ବିକ୍ରମ ପାଢ଼ୀ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ l ଆଜିର ଏହି ଶୋଭାଯାତ୍ରା ଓ ଧାରଣା ପ୍ରଦର୍ଶନ ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ରହିଥିଲେ ।