୩୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ଠାରେ ଯଶିପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ନେତୃତ୍ବ ରେ ଭାରତୀୟ ଜନତାପାଟି ତରଫରୁ ଓଡିଶା ସରକାରଙ୍କ ଭ୍ରଷ୍ଟାଚାର ଦୁର୍ନୀତି ପି ସି କାରବାର ଓ ମନମୁଖି ଶାସନ ବ୍ୟବସ୍ଥା ବିରୋଧ ରେ ବିଶାଳ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଜନ ଆକ୍ରୋଶ ସମାବେଶ ବି ଜେ ପି ପାର୍ଟିର ଶତାଧିକ କର୍ମକର୍ତ୍ତା ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ କୁ ଘେରାଉ କରିବା ସହିତ ବ୍ଲକ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପାର୍ଟି ର କର୍ମକର୍ତ୍ତା ମାନେ ବାଦାମପାହାଡ ପେଟ୍ରୋଲ ପମ୍ପ ନିକଟରୁ ବାହାରି ରାଜ୍ଯସରକାରଙ୍କ ଦୁର୍ନୀତି ବିରୋଧ ରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ବ୍ଳକ ପର୍ଯ୍ୟନ୍ତ ପହଞ୍ଚିଥିଲେ ତେବେ ଏ ନେଇ ବ୍ଲକ୍ ଆଗରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାୟକ ନବଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ

ଓଡିଶା ସରକାରଙ୍କ ମନମୁଖୀ ଶାସନ ବ୍ୟବସ୍ଥା ଓ ଗରିବ କଲ୍ଯାଣ ଯୋଜନା କୁ କିପରି ରାଜ୍ଯ ସରକାର ବାଟମାରଣା ନୀତି ଅବଲମ୍ବନ କରିଛନ୍ତି ତାହା ଜନସାଧାରଣଙ୍କ ଆଗରେ ପରିପ୍ରକାଶ କରିଥିଲେ । ପରେ ପରେ ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ବ୍ଲକ ପ୍ରଶାସନ ରେ ଚାଲିଥିବା ପି ସି କାରବାର ଓ ରାଜ୍ଯ ସରକାରଙ୍କ ଏକଛତ୍ରବାଦ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ପରିକଳ୍ପନା ବିରୋଧ ରେ ରଣ ହୁଙ୍କାର ଦେଇଥିଲେ ।
















