୩୦ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଫୁଲବାଣୀ ରୁ ଖୋର୍ଦ୍ଧା କୁ ବସ ଯୋଗେଁ ରୀତିମତ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ ଏହି ଖବର ପାଇବା ପରେ ଅବକାରୀ ପୋଲିସ ଆରମ୍ଭ କରିଥିଲା ଅପରେସନ।ଚୋରା ଚାଲାଣ କାରୀଙ୍କୁ ଧରିବା ପାଇଁ ଅବକାରୀ ପୋଲିସ ବିଛାଇଥଲା

ଜାଲବଡ଼ ପୋଖରୀଆ ବସଷ୍ଟାଣ୍ଡରେ ଅଭିଯୁକ୍ତ ଜଣକ ବସରେ ଖୋର୍ଦ୍ଧା କୁ ଗଞ୍ଜେଇ ଚାଲାଣ କରିବା ପାଇଁ ଅପେକ୍ଷା କରିଥିବା ବେଳେ ମାଡି ବସିଥିଲା ଅବକାରୀ ପୋଲିସ।ଅଭିଯୁକ୍ତ ଠାରୁ ୩ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ପୋଲିସ ।

ଗିରଫ ଅଭିଯୁକ୍ତ ର ନାମ ପ୍ରମୋଦ କୁମାର ପ୍ରଧାନ । ବୟସ ୫୦।ଘର ସାନଗଡ଼ୁ ଗ୍ରାମର ପୋଷ୍ଟ କେରେଡ଼ି ଫୁଲବାଣୀ ସଦର ଥାନା ବୋଲି ଜଣା ପଡିଛି । ଏହି ଚଢ଼ାଉ ରେ ଇନ୍ସପେକ୍ଟର ନାରାୟଣ ଜେନା ଆସି ବିଶ୍ଵମ୍ବର ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।ଅଭଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।














