୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ/ଯୋଡା :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡା ପୌରପାଳିକାର ୱର୍ଡ ନଂ-୦୮ରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶୁଭମ ନାଏକ ୫୭୭ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ଉକ୍ତ ଉପନିର୍ବାଚନରେ ମୋଟ ୧୧୭୭ଭୋଟର ମତଦାନ କରିଥିବା ସ୍ଥଳେ ବିଜେଡିକୁ ୮୦୬ ଖଣ୍ଡ ଭୋଟ ଏବଂ ବିଜେପିକୁ ୨୨୮ଖଣ୍ଡ ଭୋଟ ମିଳିଥିବାର ସୂଚନା ମିଳିଛି ।

ସ୍ଥାନୀୟ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଆଜି ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜୟୀ ଶଭାଯାତ୍ରାରେ ସାମିଲ ହୋଇଥିଲେ । ଉକ୍ତ ଶଭାଯାତ୍ରାରେ ଯୋଡା ପୌରାଧ୍ୟକ୍ଷ ଡଃ ଜଗଦୀଶ ସାହୁ,ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର,ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ

ଏବଂ ସମସ୍ତ କାଉସିଲର ସମେତ ଯୋଡା ପୌରାଞ୍ଚଳର ସମସ୍ତ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଏହି ବିଜୟର ସମସ୍ତ ଶ୍ରେୟ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏବଂ ଯୋଡା ବାସୀଙ୍କୁ ଯିବ ବୋଲି ଚମ୍ପୁଆ ବିଧାୟିକା ଶ୍ରୀମତି ମହାନ୍ତ ମତବ୍ୟକ୍ତ କରିଥିଲେ ।