No Result
View All Result
ସେବାଶ୍ରମ ରେ ଅବ୍ୟବସ୍ଥା ସହ ଖାଦ୍ୟ ସୁରକ୍ଷା ଯୋଜନା ର ଅନିୟମିତତା ଯୋଗୁଁ ଅସନ୍ତୋଷ ପ୍ରକାଶ କଲେ ।
୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ଓଡିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଦୁଇଦିନିଆ ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ଆଜି ପ୍ରଥମ ଦିନ ପାଟଣାଗଡ ରେ କ୍ଷେତ୍ର ପରି ଦର୍ଶନ ସହ ସମୀକ୍ଷା ବୈଠକ କରିଥିଲେ । ବ୍ଲକ ର ସୁନାମୁଦୀ ରେ ବିଜ୍ଞାନମେଳା ପରିଦର୍ଶନ ,ପରେ ବନାଇମୁଣ୍ଡା ସେବଶ୍ରମ ସ୍କୁଲ ପରିଦର୍ଶନ , ଅଙ୍ଗନବାଡି କେନ୍ଦ୍ର ରେ ଅମ୍ଲାନ କାର୍ଯ୍ୟକ୍ରମ ପରେ , ବଥର୍ଲା ପଞ୍ଚାୟତ କାର୍ଯ୍ୟାଳୟ ରେ ସାମାଜିକ ସୁରକ୍ଷା ସହ ଭିନ୍ନକ୍ଷମ ସହାୟତା ଯୋଜନା ରେ ଯୋଗଦାନ ଦେଇ ଖପ୍ରାଖୋଲ ସ୍ଥିତ ହରିଶଙ୍କର ରେ ଚାଲିଥିବା ଉନ୍ନତିମୂଳକ କାମର ପରିଦର୍ଶନ କରିଥିଲେ ।
ଏହା ପରେ ପାଟଣାଗଡ ବ୍ଲକ ରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଏକ ରିଭ୍ୟୁ ମିଟିଙ୍ଗ ରେ ଯୋଗଦେଇ ବଲାଙ୍ଗିର ଫେରିଯାଇଛନ୍ତି l ପ୍ରଥମେ ସୁନାମୁଦୀ ବାପୁଜୀ ହାଇସ୍କୁଲ୍ ରେ ଚାଲିଥିବା ବିଜ୍ଞାନମେଳା ପରିଦର୍ଶନ ଓ ଛାତ୍ରଛାତ୍ରୀ ଙ୍କ ବାର୍ତ୍ତାଳାପ ପରେ ବନାଇମୁଣ୍ଡା ସେବାଶ୍ରମରେ ପହଞ୍ଚି ପରିଦର୍ଶନ ସମୟରେ ସେବାଶ୍ରମ ରେ ପାନୀୟ ଜଳ ର ଅବ୍ୟବସ୍ଥା ,ଛାତ୍ରଛାତ୍ରୀ ମାନଙ୍କ ଅନୁପାତ ମୁତାବକ ପାଇଖାନା ନଥିବା ,ରୋଷେଇ ଗୃହ ର ଅବ୍ୟବସ୍ଥା ,ଛାତ୍ର ଛାତ୍ରୀ ମାନେ ରହୁଥିବା ଛାତ୍ର ବାସ ରେ ଆବଶ୍ୟକ ଫ୍ୟାନ ଓ ଲାଇଟର ସୁବ୍ୟବସ୍ଥା ନଥିବା ସହିତ ସେମାନଙ୍କୁ ମଶାରୀ ଦିଆଯାଇନଥିବା ଏପରି କି ସାରଣୀ ମୁତାବକ ଛାତ୍ରଛାତ୍ରୀ ମାନଙ୍କୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରି ଦେଉନଥିବା ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ ପରେ ସେ ଜାଣିବାକୁ ପାଇଥିଲେ ।
ଅବ୍ୟବସ୍ଥାରେ ଦେଖି ସେ ଅସନ୍ତୋଷ ପ୍ରକାଶ ପରେ ବଣାଇମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ଅମ୍ଲାନ ପ୍ରୋଗ୍ରାମରେ ଯୋଗଦେଇ ଗର୍ଭବତୀ ମା, ଶିଶୁ ମାନଙ୍କ ସହିତ ଅଙ୍ଗନବାଡିରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିଷୟରେ ଅନୁଧ୍ୟାନ କରିଥିଲେ ।ଏହା ପରେ ବଥର୍ଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସହାୟତା ଯୋଜନାରେ ଚାରିଜଣ ହିତାଧିକାରୀ ଙ୍କୁ ତିନିଚକିଆ ସାଇକେଲ, ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ଓ ଦୁଇଟି ଭିନ୍ନକ୍ଷମ ସ୍ୱୟଂସହାୟତା ଗୋଷ୍ଠିକୁ ୫୦ ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।ପରେ ହରିଶଙ୍କର ଯାଇ ହରିଶଙ୍କର ବାବା ଙ୍କୁ ଦର୍ଶନ କରି ମନ୍ଦିର ଚତୁଃପାର୍ଶ୍ଵ ସହ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ତଦାରଖ କରିଥିଲେ ।
ଏହା ପରେ ମଧ୍ୟାହ୍ନ ଭୋଜନ ସାରି ପାଟଣାଗଡ ସ୍ଥିତ ହରିଶଙ୍କର ସମ୍ମିଳନୀ ସଦନ କକ୍ଷରେ ୩୦ ଗୋଟି ପଂଚାୟତ ନିର୍ବାଚିତ ସରପଞ୍ଚ ,ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ମାନଙ୍କୁ ସହ ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହୋଇଥିଲା । ଉକ୍ତ ରିଭ୍ୟୁ ମିଟିଂ ରେ ବ୍ଳକ ଅନ୍ତର୍ଗତ ବିଜାମାଗୁର ଗାଁ ସହ ଅନ୍ୟାନ ଗାଁ ରେ ଗର୍ଭବତୀ ,ପ୍ରସୁତି ମାଆ ମାନଙ୍କୁ ୬ ମାସରୁ ଉର୍ଦ୍ଧ ହେବ ଛତୁଆ ଦିଆଯାଇନଥିବା ନିର୍ବାଚିତ ପ୍ରତିନିଧି ମାନେ ଅଭିଯୋଗ କରିବା ସହ ରାସନ କାର୍ଡ ,ବାର୍ଦ୍ଦକ୍ୟ ଓ ବିଧବା ଭତ୍ତା ,ମଧ୍ୟାହ୍ନ ଭୋଜନ ଉପରେ ସମୀକ୍ଷା କରାଯାଇଥିଲା ।ପରିଶେଷରେ ଏହି ସବୁ ଅବ୍ୟବସ୍ଥା କୁ ଜାଣିବା ପରେ ଅଧ୍ୟକ୍ଷ ଶ୍ରୀ ସାହୁ ଉପସ୍ଥିତ ଅଧିକାରୀ ମାନଙ୍କୁ ତାଗିଦ କରିବା ସହ ସରକାର ଙ୍କ ଯୋଜନା ସଫଳ ରୁପାୟନ ହିତାଧିକାରୀ ପାଖକୁ ଠିକ୍ ମୁତାବକ ପହଞ୍ଚି ପାରୁ ନ ଥିବା ରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଓଡିଶା ରାଜ୍ୟ ଖାଦ୍ୟକମିଶନ ଅଧକ୍ଷ ଙ୍କ ସହ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପାଟଣାଗଡ ଉପଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠି , ଖାଦ୍ୟ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ ,ପ୍ରେମଶିଳା କେରକେଟା,ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅନୁପମ ହୋତା ବିଡ଼ିଓ ସୁମନ୍ତ ମିଞ୍ଜ , ସିଡିପିଓ ଅନୁପମା ପଣ୍ଡା ,ବ୍ଳକ ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜିବ କୁମାର ମହାନ୍ତି କାର୍ଯ୍ୟପରିଚାଳା ରେ ସହଯୋଗ କରିଥିବା ବେଳେ ଜିପିଓ ନୀଳକାନ୍ତ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result