ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର) ବରଗଡ଼ :- କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ହିଞ୍ଜିଳି ର ଯୁବ ସାମ୍ବାଦିକ ତଥା ସମାଜ ଖବକାଗଜ ର ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତି ର ଇନାଦୂ ଖବକାଗଜ ର ପ୍ରତିନିଧି ସି. ଏଚ୍. ରତ୍ନମ୍ ଏବଂ ଗଜପତି ଜିଲ୍ଲାର ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଙ୍କ ସ୍ମୃତି ରେ ଆଜି ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ସଂଘ ର ଉପ ସଭାପତି ଉମେଶ ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ସମ୍ପାଦକ ରବି ପଣ୍ଡା ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ।ପ୍ରଥମେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ଉପସ୍ଥିତ ସଦସ୍ୟ ମାନେ ଉଭୟ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଉଭୟ ସ୍ବର୍ଗତ ପଟ୍ଟନାୟକ ଓ ସ୍ବର୍ଗତ ରତ୍ନମ୍ ନିଜ ର କର୍ମ କ୍ଷେତ୍ର ରେ ଯେତେ ତତ୍ପର ଥିଲେ ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ସମ୍ମିଳିତ କରିଥିଲେ ବୋଲି ମତ ପ୍ରକାଶ ପାଇଥିଲା ।
ସ୍ବର୍ଗତ ପଟ୍ଟନାୟକ ମାତ୍ର ୪୭ ବର୍ଷ ବୟସରେ ଓ ସ୍ବର୍ଗତ ରତ୍ନମ୍ ୭୧ ବର୍ଷ ବୟସ ରେ ଏବଂ ଗଜପତି ର ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ବର୍ଗତ ନାୟକ କରୋନା ର କରାଳ ଗ୍ରାସ ର ଶିକାର ହୋଇ ଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବେ ଅତି ସତର୍କତାର ସହ କାର୍ଯ୍ୟ କରିବାକୁ ବକ୍ତା ମାନେ ମତ ରଖିଥିଲେ। ଏମାନେ ସମସ୍ତେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଯୋଗୁଁ ରାଜ୍ୟ ସରକାର ଘୋଷଣା କରିଥିବା ଅର୍ଥ ସେମାନଙ୍କ ପରିବାର ବର୍ଗ ଙ୍କୁ ପ୍ରଦାନ କରିବାକୁ ଦାବି କରାଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଦୀପକ ଶର୍ମା, ବ୍ୟୋମକେଶ କର, ରମଣୀ ରଂଜନ ବେହେରା, ପ୍ରେମାନନ୍ଦ ଖମାରୀ,ପ୍ରବୀଣ ସାହୁ,ଅନନ୍ତ ମଟାରୀ , ବଦ୍ରୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। (ବରଗଡ଼ ଜିଲ୍ଲା /ରିପୋର୍ଟ – ସତ୍ୟନାରାୟଣ ପ୍ରଧାନ)