୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :-> ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମା କ୍ରୀଡା ପ୍ରତିଯୋଗିତା ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ବରେ ହୋଇଥିଲା । ସଭାରେ ମୁଖ୍ୟଅତିଥିଭାବେ କୋରାଇ ବିଡିଓ ଅଶୋକ କୁମାର ମାଝୀ ଯୋଗଦେଇ କ୍ରୀଡ଼ା ପାତାକା ଦେଖାଇ ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମକୁ କ୍ରୀଡା ସଂଯୋଜକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ସଂଚଳନାରେ କରିଥିଲା ବେଳେ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ ସରକାରଙ୍କ ଦ୍ବାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ ।ଅନ୍ୟାମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବିଶିଷ୍ଟ କ୍ରୀଡାବିତ ତଥା ଓସିଏ ସଦସ୍ୟ ମନେନ୍ଦ୍ର କୁମାର ଧଳ, ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ଅରୁଣ କୁମାର ମିଶ୍ର,
ସନ୍ତୋଷ କୁମାର ଜେନା, ପଦ୍ମଭୂଷଣ ରାଉତରାୟ, କ୍ରୀଡା ବିଭାଗର ସହସଂଯୋଜିକା ଅଧ୍ୟାପିକା ଲପ୍ସା ମିଶ୍ର, ଅଧ୍ୟାପିକା ତାରିଣୀ ତନୟା ସର, ଯାଜ୍ଞେଶ୍ଵରୀ ପଲେଇ, ରୋଜାଲିନ୍ ଦାସ, ଝୁନୁମଣୀ ଜେନା, ବିବତା ନାୟକ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ କ୍ରୀଡା ପତାକାଧରି ଛାତ୍ରୀ ଅନୁରାଧା ଦାସ ଓ ଭାଗ୍ୟଶ୍ରୀ ସାହୁ କ୍ରୀଡା ପ୍ରାଙ୍ଗଣପରିକ୍ରମା କରିଥିଲେ । ଉଦ୍ଘାଟନୀ ଦିବସ ଅବସରରେ କବାଡି, କ୍ୟାରମା,
ଚେସ ଓ ବ୍ୟାଡମିଟନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ମହାବିଦ୍ୟାଳୟର ଛାତ୍ରୀସମୂହ ଅଂଶଗ୍ରହଣ କରି କରିଥିଲେ । ରେଫରି ଭାବେ ରମେଶ ଚନ୍ଦ୍ର ପଣ୍ଡା, କୈଳାଶ ମଲ୍ଲିକ, ଶିବାନୀ ମଲ୍ଲିକ ଓ ସଂଗ୍ରାମ କେଶରୀ ମଲ୍ଲିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ ବେଳେ ବିଚାରକ ଭାବେ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ,
ସୁମିତ୍ରା ରାଉତ, ଗ୍ରନ୍ଥାଗାରିକ ଚିତରଞ୍ଜନ ମଲ୍ଲିକ ଯୋଗଦେଇ କାର୍ଯ୍ୟନିର୍ବାହ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟକିରାଣୀ ପ୍ରଦୀପଢୁମାର ପରିଡା, ପ୍ରଶାନ୍ତକୁମାର ପଲେଇ, ଦୁର୍ଗାବତୀ ସ୍ୱାଇଁ, ବିଚିତ୍ର ଦଳାଇ, ପ୍ରବିତ୍ର ମୋନ ଜେନା, ପ୍ରଶାନ୍ତ କୁମାର ଦାସ, କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।