No Result
View All Result
୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ୟୁନିସେଫ ଓଡ଼ିଶା କ୍ଷେତ୍ରୀୟ କାର୍ଯ୍ୟାଳୟରେ ନୂତନ ମୁଖ୍ୟ ଅଧିକାରୀ ମିଃ ୱିଲିୟମ ଜେ ହାନଲନ ଗଞ୍ଜାମ ଗସ୍ତରେ ଆସି ବୁଧବାର ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ।ମୁଖ୍ୟତଃ କେନ୍ଦ୍ରୀୟ ଯୋଜନା ସହାୟତାରେ ଗ୍ରାମ ପଞ୍ଚାୟତ ଉନ୍ନୟନ ପ୍ରକଳ୍ପ ଜରିଆରେ ସମ୍ପାଦିତ ହୋଇଥିବା ବିଭିନ୍ନ ଜଳ,ପରିମଳ ,ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ବନ୍ଧିତ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ଉପଯୋଗୀତା କ୍ଷେତ୍ର ପରିଦର୍ଶନ କରିବା ସହ ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ ଯୋଜନାର ସମୀକ୍ଷା କରିଛନ୍ତି। ପ୍ରଥମେ ମିଃ ୱିଲିୟମ ଜେ ହାନଲନ ,ୱ।ସ୍ ବିଶେଷଜ୍ଞ ସିପ୍ରା ସାକ୍ସନା ଏବଂ ଓଁକାର ଖରେଙ୍କୁ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ସୁବ୍ରତ କୁମାର ଜେନା ପୁଷ୍ପ ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ପରେ ଅଧିକାରୀଙ୍କୁ ୱ।ସ ପ୍ରକଳ୍ପ ,ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଓ ଟାଇଡ଼ ଅନୁଦାନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ।ପରେ ଅଧିକାରୀ ମାନେ ଶାସନ ଆମ୍ବଗାଁ ପଞ୍ଚାୟତ ଗସ୍ତ କରି କାର୍ଯ୍ୟକାରୀ ହୋଇଥିବା ଅଣୁ ଜୈବଖତ କେନ୍ଦ୍ର ଓ ପରିମଳ ପରିଚାଳନା ବ୍ୟବସ୍ଥା,ପାନୀୟ ଜଳଯୋଗାଣର ମାନ ପରୀକ୍ଷା,ପରିମଳ ବ୍ୟବସ୍ଥା ଓ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରରେ ପଢ଼ୁଥିବା ଶିଶୁ ଓ ସେମାନଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଧି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ସେଠାରୁ ନନ୍ଦିକ ପଞ୍ଚାୟତରେ ପହଞ୍ଚି ଜଳ ସଂରକ୍ଷଣ ପ୍ରକଳ୍ପ ଓ ଘରୋଇ ପାନୀୟଜଳ ଟ୍ୟାପ ସଂଯୋଗୀକରଣ ପ୍ରକଳ୍ପ ଦେଖିବା ସହିତ ଏହାର ଉପଯୋଗୀତା ସମ୍ପର୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ଅନ୍ତିମରେ ପୋଚିଲିମ୍ମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ମୁଖ୍ୟ ଅଧିକାରୀ ଓ ଟିମ ପହଞ୍ଚି ଛାତ୍ରଛାତ୍ରୀଙ୍କ ଲାଗି ଉପଯୋଗ ହେଉଥିବା ସ୍ୱାସ୍ଥ୍ୟପ୍ରଦ ପାନୀୟ ଜଳ ବ୍ୟବସ୍ଥା,ପରିମଳ ଓ ସ୍ୱଚ୍ଛତା ସମ୍ପର୍କରେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ ଇଂ ରାଜେଶ କୁମାର ତ୍ରିପାଠୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରବୀନ୍ଦ୍ର କୁମାର ନାୟକ, ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ଦଳାଇ,ସିପି ଦଣ୍ଡପାଣି ଦାଶ, ଏପିଓ ଅନୀଲ କୁମାର ପାଣି ଓ ଅନ୍ୟାନ୍ୟ କର୍ମଚାରୀ,ସରପଞ୍ଚ,ପିଇଓ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।


No Result
View All Result