No Result
View All Result
୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଡ଼ିଶାଗୋଦା :-> ଗଡ଼ିଶାଗୋଦା ଗ୍ରାମର ଚନ୍ଦ୍ରକାନ୍ତ ମଙ୍ଗରାଜଙ୍କ ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ(ପିଙ୍କୁ) ଏବଂ ନବବଧୂ ତୃପ୍ତିମୟୀ (ପାପାଲି)ଙ୍କ ବିବାହ ଉତ୍ସବରେ ଗୋପୀନାଥ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଉଥିଲା

ଉକ୍ତ ଶିବିରରେ ୧୦୦ରୁ ଉର୍ଦ୍ଧ ଲୋକ ଚିକିତ୍ସିତ ହୋଇଥିଲେ ସେଥିମଧ୍ୟରୁ ୧୦ ଜଣ ବ୍ୟକ୍ତି ଅସ୍ତ୍ରୋପଚାର ପାଇଁ କଟକ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲା ଏବଂ ଚିକିତ୍ସିତ ବ୍ୟକ୍ତି ମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଔଷଧ ଓ ଚଷମା ଯୋଗାଇ ଦିଆଯାଇଥିଲା l

ଏହି ଅବସରରେ ନବଦମ୍ପତୀ ଆଗାମୀ ଦିନରେ ବୃକ୍ଷ ରୋପଣ କରିବା ସହିତ ତାର ଯତ୍ନ ନେବା ପାଇଁ ଶପଥ ଗ୍ରହଣ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ସାମାଜ ସେବୀ ଅଧ୍ୟାପକ ପ୍ରଦୀପ କୁମାର ବିଶ୍ଵାଳ, ଯୁବ ସାମ୍ବାଦିକ ଜ୍ଞାନ ରଞ୍ଜନ ଦାଶ ସମ୍ପୂର୍ଣ୍ଣ ସହୋଯାଗ କରିଥିଲେ l

No Result
View All Result