No Result
View All Result
୨୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଦୀ ପଠାରେ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା । ଏହାକୁ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଥିଲେ । ୩୪ ଏକର ଜମିରେ ୧୨୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲିଛି । ଏହି ମେଳାରେ ଓରମାସ ପକ୍ଷରୁ ୪୦୦ ଷ୍ଟଲ ଖୋଲିଛି । ଏହି ମେଳାରେ ବିଭିନ୍ନ ପ୍ରକାର ଦୋଳି ସହିତ କଟକ ଇନ କଟକର ଗ୍ରାମୀଣ ପ୍ରତିଛବି ଲୋକଙ୍କୁ ଅଧିକରୁ ଅଧିକ ଆକର୍ଷିତ କରିପାରୁଛି ଏବଂ ସେଲଫି ଯୋନରେ ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି ।

ସେହିପରି ୫ ହଜାର ବର୍ଗଫୁଟରେ କେରଳରୁ ଆସିଥିବା ଆକ୍ୟୁରମ କରାଯାଇଛି । ଏହି ଆକ୍ୟୁରମରେ ଲୋକଙ୍କ ଭିଡ଼ ଜମୁଛି । ମେଳାକୁ ଆସୁଥିବା ଲୋକଙ୍କ ପାଇଁ ୨୫୦ ଶୌଚାଳୟ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟସ୍ଥା ସହିତ, ଦମକଳ ରଖାଯାଇଛି । ମେଳାରେ ଚୋରି, ଏବଂ ବିଶୃଙ୍ଖଳା ସୃଷ୍ଟି କାରିଙ୍କ ଉପରେ ନଜର ରଖିବା ପାଇଁ ମେଳାରେ ୱ।ଚ ଟାୱାର ଜରିଆରେ ଗତିବିଧି ନିରୀକ୍ଷଣ କରାଯାଉଛି ।

ବୈଷ୍ଣବ ପାଣି ମଞ୍ଚରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲାପାଳ ନରହରି ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, କଟକ ସହର ଭାଇଚାରାର ସହର । ଏହି ବାଲି ପଠାରୁ ସାଧବପୁଅ ମାନେ ନୈବାଣିଜ୍ୟ କରିବା ପାଇଁ ବୋଇତରେ ସୁଦୂର ଯାଭା ,ସୁମାତ୍ରା, ବାଲି ଦ୍ୱୀପକୁ ଯାଉଥିଲେ । ପୂର୍ବ ଅପେକ୍ଷା ଚଳିତ ବର୍ଷ ବାଲିଯାତ୍ରାର କଳେବର ବୃଦ୍ଧି ହୋଇଛି ବୋଲି କହିଥିଲେ ।

ଏହି ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମେୟର ସୁବାସ ସିଂ, କଟକ ସାଂସଦ ଭତୃହରି ମହତାବ, ଜଗତସିଂହପୁର ସାସଂଦ ଡ଼ଃ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ, କଟକ -ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ, ଚୌଦାର କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସାଲେପୁର ବିଧାୟକ ପ୍ରକାଶ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


No Result
View All Result