ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର),ନୟାଗଡ :- ନନ୍ଦି ଘୋର, ଯାତ୍ରାବର ପାଟଣା ଗାଁ ର ନାଟ୍ୟ ନିର୍ଦ୍ଦେଶକ ରଘୁନାଥ ପାତ୍ର(59) ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେ ବହୁଦିନ ଧରି କଳିଙ୍ଗ ଅପେରା ରେ ଅଭିନୟ କରିଥିଲେ । ଫୁଲ ଆଣିଛି ଫୁଲବାଣୀ ନାଟକରେ ଫୁଲ ବାପା ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅକାଳ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଓଡିଶା ସ୍ତରରେ ପ୍ରାୟ 100 ରୁ ଉର୍ଦ୍ଧ୍ୱ ପ୍ରମାଣପତ୍ର ସେ ପାଇଛନ୍ତି ।
ତାଙ୍କ ବିୟୋଗରେ ନନ୍ଦିଘୋର ଗ୍ରା.ପ.ର ସରପଞ୍ଚ ଶ୍ଵେତଲୀନା ମିଶ୍ର, ସମିତିସଭ୍ଯ ବ୍ରଜ କିଶୋର ଡାକୁଆ, ସୁଧାକର ଷଡଙ୍ଗୀ, ଓକିଲ ମନୋଜ ପଟ୍ଟନାୟକ, ସୁରେନ୍ଦ୍ରନାଥ ନାୟକ ଓ ଭଗବାନ ରାଉତ, ବିଶିଷ୍ଟ ସମାଜସେବି ଗଜେନ୍ଦ୍ର ମହାରଣା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି, ଏହା ସହିତ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ନଳିନୀ ପ୍ରଭା ସେଠୀ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଏହି ମହାନ କଳାକାର ନିଜ ବିଲରେ ଚାଷ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ତଥ୍ୟାଭିଜ୍ଞ ମହଲରୁ ସୂଚନା । (ରିପୋର୍ଟ-ରାମକୃଷ୍ଣ ରଥ)














