No Result
View All Result
୨୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା,କାର୍ତ୍ତିକ ପୂର୍ଣ୍ଣିମା ରେ ଦ୍ୱିତୀୟ ବାର୍ଷିକ ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ।ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ନିକଟସ୍ଥ ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବରେ ପୂର୍ବତନ ଖୋର୍ଦ୍ଧା ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜୋତିନ୍ଦ୍ରନାଥ ମିତ୍ର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂହ,

ସମାଜସେବୀ ଡଃ ପ୍ରକାଶ ଶ୍ରୀଚନ୍ଦନ,ଶିଳ୍ପପତି ସଂଜୟ ପଟ୍ଟନାୟକ, ବିଶ୍ୱଭୂଷଣ ଛୋଟରାୟ,ବିଜେଡି ନେତା ରାମଚନ୍ଦ୍ର ମହାପାତ୍ର, ବିପିନ କୁମାର ଜୟସିଂହ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶାର ପରମ୍ପରା ଅନୁଯାୟୀ ଆଜିର ଦିନରେ ସାଧବ ପୁଅ ମାନେ ନୈବାଣିଜ୍ୟ କରିବାକୁ ଜାଭା ସୁମାତ୍ରା ଯାଇଥିଲେ ସାଧବ ପୁଅ ମାନଙ୍କ ଶୁଭ ମନାସି ସାଧବ ବୋହୁମାନେ ସେମାନଙ୍କୁ ବନ୍ଦାପନା କରି ମେଲାଣି ଦେଇଥିଲେ ।

ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଆଖପାଖ ଅଂଚଳର ଶତାଧିକ ଲୋକଙ୍କ ଭିଡ ଜମିଥିଲା । ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

No Result
View All Result