ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର),କଟକ , ମାହାଙ୍ଗା :- ସାରା ରାଜ୍ୟରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଜୀବନ ପରେ ଜୀବନ ନେଉଥିବା ବେଳେ କଟକ ଜିଲ୍ଲା ମାହାଙ୍ଗା ଝଡ଼େଶ୍ୱରପୁର ସଙ୍ଗରୋଦ୍ଧ କେନ୍ଦ୍ରରେ ପ୍ରବାସୀ ଓ ସ୍ଥାନୀୟ ଜନପ୍ରତିନିଧି ମାନେ ଉତ୍ସବ ମନେଇବା ଘଟଣା ମାହାଙ୍ଗା ବ୍ଲକ ପ୍ରଶାସନ ର ପରିବାପାଣିଆକୁ ନେଇ ପ୍ରଶ୍ନ ଉଠିଛି , ଗୋଟେ ପଟେ ଏହି ସଂଗରୋଦ୍ଧ କେନ୍ଦ୍ରରୁ 11ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନ୍ୟପଟରେ ଏହି ସଙ୍ଗରୋଦ୍ଧ କେନ୍ଦ୍ର ପରିସରରେ ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଛନ୍ତି ପ୍ରବାସୀ ମାନେ । ଯାହାକୁ ଫଳରେ ସାଧାରଣରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ମାନେ । କରୋନା କଟକଣା ମୁଖ୍ୟତଃ ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହି ନିୟମ କୁ ଫୁ କରି ଉଡାଇ ଦେଇଛନ୍ତି ପଞ୍ଚଯାତର ଜନ ପ୍ରତିନିଧି ମାନେ । ଉତ୍ସବ ସମୟରେ ସଙ୍ଗ ରୋଦ୍ଧ କେନ୍ଦ୍ର କୁ ଅନାୟାସରେ ବାହାର ଲୋକ ପ୍ରବେଶ କରିବା ଓ ସେମାନେ ପ୍ରବାସୀଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ସ୍ଥାନୀୟ ଅଂଚଳରେ କରୋନା ବ୍ୟାପିବା ନେଇ ଆଶଙ୍କା ଦେଖା ଦେଇଛି ।

ବ୍ଲକ ପ୍ରଶାସନ ର ଖାମଖିଆଲି ନିତିଯୋଗୁ ସଙ୍ଗରୋଦ୍ଧ କେନ୍ଦ୍ରରେ ନିୟମ କଡାକଡି ହେଉନାହିଁ । ଯାହାଫଳରେ ଏହି ସଙ୍ଗ ରୋଦ୍ଧ କେନ୍ଦ୍ରରେ ପ୍ରବାସୀ ମାନେ କରୋନା ସଂକ୍ରମିତ ହେବାର ବହୁତ ଆଶଙ୍କା ଦେଖାଦେଇଛି । ସଙ୍ଗରୋଦ୍ଧ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ମନୋଭାବ ଯୋଗୁ କେତେ ବେଳେ ପ୍ରବାସୀଙ୍କ ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ଛାଡ଼ିଦିଆଯିବା ଓ ପରବର୍ତୀ ସମୟରେ କରୋନା ଚିହ୍ନଟ ହେବା କେନ୍ଦ୍ରର ନିୟମ ବିରୁଦ୍ଧ ହୋଇଛି । ଗତ ସାତଦିନ ପୂର୍ବେ ଏହି କେନ୍ଦ୍ରରୁ ଜଣେ ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଙ୍କୁ ବିନା ସ୍ୱାବ ପରୀକ୍ଷାରେ ଛଡ଼ାଯିବା ପରେ ସେ ଗତ କାଲି କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଯଦି ଏହିଭଳି ସଙ୍ଗରୋଦ୍ଧ କେନ୍ଦ୍ରରେ କାର୍ଯ୍ୟ ହୁଏ ତେବେ ସ୍ଥାନୀୟ ଅଂଚଳରେ କରୋନା ବ୍ୟାପିବାର ଆଶଙ୍କା ବହୁତ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତୁରନ୍ତ ଏହି କେନ୍ଦ୍ରରେ ଆଇନ ବିରୁଦ୍ଧ କାର୍ଯ୍ୟ ରେ ଲିପ୍ତ ଥିବା ନିଯୁକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବୀ ହୋଇଛି । ( ରିପୋର୍ଟ – ଲକ୍ଷ୍ମୀଧର ଖୁଣ୍ଟିଆ )














