ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଭୁୁବନେଶ୍ୱର, (ଓଡିଶା ତାଜା ନିଉଜ୍) –  ହୀରାକୁଦ ଜଳପ୍ରପାତ ନିଷିଦ୍ଧଞ୍ଚଳ ରେ ଫୋଟୋ ଉଠାଇବା ବା ଭିଡିଓ ରେକର୍ଡ଼ିଂ କରିବା ନିଷିଦ୍ଧ ଓ ଦଣ୍ଡନିୟ ଥିବା ବେଳେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର , ଏଲିନା ସାମନ୍ତରାୟ ଓ ଲୋଭିନା ନାୟକ ଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଝିଅ ଦିପାଲି ଥିବା ନେଇ ଚର୍ଚ୍ଚା ହେଉଛି । ସେହି ଫୋଟୋ କୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସାଧାରଣତଃ ଚର୍ଚ୍ଚା ର ଵିଷୟ ପାଲଟିଛି । ସେମାନଙ୍କ ଗାଡ଼ି ନିଷିଦ୍ଧଞ୍ଚଳ କୁ କିପରି ପ୍ରବେଶ କଲା ଏଥିନେଇ ଖୋଳତାଡ ଆରମ୍ଭ ହୋଇଛି । ଏହି ଘଟଣା ପ୍ରଘଟ ହେବା ପରେ ହୀରାକୁଦ ଏସ୍.ଡି ପି ଓ ଙ୍କୁ ରିପୋର୍ଟ ଦେବା ପାଈଁ ଏସ୍.ପି ନିର୍ଦ୍ଧେଶ ଦେଇଛନ୍ତି । ତେବେ କାହା ଅନୁମତି ନେଇ ସେମାନେ ସେଠାକୁ ଗଲେ ଓ ଫୋଟୋ ଉଠାଇଲେ କିଏ ଅନୁମତି ଦେଲା ଏହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସ୍.ପି କହିଛନ୍ତି । ଏହି ଘଟଣା ପରେ ଏଲିନା ମିଡିଆ ରେ କ୍ଷମା ପ୍ରାର୍ଥନା କରିଛନ୍ତି କି ଏଭଳି ଭୁଲ ଭବିଷ୍ୟତ ରେ କେବେ ହେବ ନାହିଁ ।