No Result
View All Result
୨୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ୨୨୦ ନଂ ଜାତୀୟ ରାଜପଥ ରେ ଦୈନିକ ଛୋଟ ବଡ ଦୂର୍ଘଟଣା ଘଟୁଛୁ । ବାସିଙ୍ଗିର କ୍ରସର ପଏଣ୍ଟ ନିକଟ ରାଜପଥ ସାଇଡ୍ ଘଞ୍ଚ ଆକାଶିଆ ଜଙ୍ଗଲ ଥିବାରୁ ରାସ୍ତାଟି ରାତିରେ ଅତି ସଂକୀର୍ଣ୍ଣ ପରି ଜଣାପଡିଥାଏ ଯାହା ଫଳରେ ଉକ୍ତ ସ୍ଥାନରେ ବହୁବାହାର ଦୂର୍ଘଟଣା ଘଟୁଥିବାର ନଜରକୁ ଆସିଛି ।
ଦୂର୍ଘଟଣା କୁ ଭିତ୍ତି କରି ଆଜି ସନ୍ଧ୍ୟା ରେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ୨୨୦ ନଂ ଜାତୀୟ ରାଜପଥ ବାସିଙ୍ଗି ଗ୍ରାମର କ୍ରସର ପଏଣ୍ଟ ନିକଟ ରେ ସାମାନା ସାମନୀ ବାଇକ୍ ଓ କାର ଦୂର୍ଘଟଣାରେ ବାଇକ୍ ଆରୋହୀ ୩ ଗୁରୁତ୍ବର ଓ ଘଟଣା ସ୍ଥଳରୁ କାର ଚାଳକ ଫେରାର ହୋଇଥିବା ଦେଖିବାକୁ ମିଳିଥିଲା ।
ସୂଚନା ଅନୁସାରେ ବାଇକ୍ ଆରୋହୀ ହେଲେ ବହଳଦା ଥାନା ଅନ୍ତର୍ଗତ ପାନ୍ଦାଳା ଗ୍ରାମର ଆଶିଷ ମଣ୍ଡଳ , ବନାଡୁଙ୍ଗୁରୀ ଗ୍ରାମର ଜଗନ୍ନାଥ ସର୍ଦ୍ଦାର ଓ ବହଳଦାର ପାଗୁନ ରାଜ୍ ହେମ୍ବ୍ରମ ଏମାନେ ହେଲେ ତିନି ସାଙ୍ଗ ସେମାନେ ବହଳଦା ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ର ଛାତ୍ର ବୋଲି ଜଣାପଡିଛି । ଦୂର୍ଘଟଣା ଘଟାଇ ଥିବା କାର ନଂ ଜେ ଏଚ୍ ୦୫ ଡି ଜି ୩୯୦୨ ହୋଇଥିବା ବେଳେ ବାଇକ୍ ନଂ ହେଲା ଓ ଡି ୧୧ଜେ ୩୨୪୩ ବୋଲି ଜଣାପଡିଛି ।
ତେବେ ସ୍ଥାନୀୟ ଲୋକେ ଗୁରୁତ୍ବର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତର ଖାନାକୁ ପ୍ରାଥମିକ ଚିକିତ୍ସାଳୟ କୁ ପଠାଇଥିଲେ । ଗୁରୁତ୍ବର ୩ ବନ୍ଧୁ ଙ୍କ ର କାହାର ଗଡ ଭାଙ୍ଗି ଯାଇଛି ତ କାହାର ହାତ ପାପୁଲି ଛିଣ୍ଡି ଯାଇଛି ଆଉ ଜଣକର ମୁଣ୍ଡକୁ ଆଘାତ ସହ ଶରୀର ହାତ ଗଡ ରେ ଜୋରଦାର ଆଘାତ ହୋଇଥିବା ଜଣାପଡିଛି । ବହଳଦା ପୋଲିସ ଘଟଣା ର ପାରିପାର୍ଶ୍ବିକ ଅବସ୍ଥାକୁ ପରିଲକ୍ଷିତ କରି ତଦନ୍ତ କରୁଥିବା ଜଣାପଡିଛି
No Result
View All Result