୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ୨୯ତମ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦାର୍ଶନି ଉଦଯାପିତ ହୋଇ ଯାଇଛି | ଏଥିରେ ବ୍ଲକରୁ ମୋଟ ୨୫୭ଟି ପ୍ରକଳ୍ପ ଧରି କୁନି କୁନି ବୈଜ୍ଞାନିକମାନେ ଏହି ବାଲ ବୈଜ୍ଞାନିକ ପ୍ରଦାର୍ଶନିରେ ଅଂଶ ଗ୍ରହଣ କରି ନିଜ ନିଜର ବୈଜ୍ଞାନିକ ଚିନ୍ତାଧାରା କୁ ପ୍ରଦର୍ଶିତ କରିଥିଲେ |
ଏହି କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ , ମୁଖ୍ୟ ବକ୍ତା ଭାବେ ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା , ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତିସଭ୍ୟ ତପନ କୁମାର ପ୍ରଧାନ,
ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶାନ୍ତିଲତା ଦେଇ ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ରଣପୁର ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ବନଲତା ବେହେରା ପରିଚାଳନା କରିଥିବା ବେଳେ ଆବାହକ ତଥା ସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ ସହଯୋଗ କରିଥିଲେ |
ସେହିପରି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ , ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ବସନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ |
ପ୍ରଭାତ କୁମାର ପଣ୍ଡା ଓ ମାନସ ପଟ୍ଟନାୟକ ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |ଚଳିତ ବର୍ଷ ପଞ୍ଜିକରଣକୁ ଅନଲାଇନ ମାଧ୍ୟମରେ କରାଯାଇଥିଲା, ଯାହାକି ନାମ ପଞ୍ଜିକରଣକୁ ସହଜ କରିବା ସହିତ ସମୟ ସାପେକ୍ଷ ହୋଇଥିଲା | ଏଥିରେ ୭୨ଟି ଉପକନିଷ୍ଠ, ୧୧୨ଟି କନିଷ୍ଠ ଓ ୭୩ଟି ବରିଷ୍ଠ ବିଭାଗରେ ପ୍ରକଳ୍ପ ଧରି କୁନି ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ |
ସେଥିରୁ ୫ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଜଣା ପଡିଛି | ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା “ପ୍ରଗ୍ଲଭା” ନାମକ ଏକ ଶିଶୁ ପତ୍ରିକା ଉନ୍ମୋଚନ କରାଯାଇଥିଲା | ଏହି ଶିଶୁ ପତ୍ରିକଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କବିତା, ଗଳ୍ପ, ଚିତ୍ରକୁ ନେଇ ପ୍ରସ୍ତୁତ କରାଯାଇଛି |
ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ୪୯୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଶେଷରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ | ସେହିପରି ୩୦୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଆର.ସିସି, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଙ୍ଘର ନେତୃବୃନ୍ଦ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସ୍କାଉଟ, ଏନ.ସି.ସି.ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା ସମ୍ପୂର୍ଣ ସହଯୋଗ କରିଥିଲେ |




















