୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :-> କୋରାଇ ବ୍ଳକ ଜହ୍ନା ପଂଚାୟତ ସ୍ଥିତ ଛୋଟରାୟପୁରର ମିନି ଷ୍ଟାଡିୟମ ପରିସରରୁ ଗତ ୨୨ମେ ୨୦୨୩ରେ ବଳପୂର୍ବକ ଜବରଦଖଲ ଉଛେଦ ମାମଲାରେ ଯାଜପୁରରୋଡ ମାନ୍ୟବର ଜେଏମଏଫସି କୋର୍ଟ, ତତ୍କାଳୀନ ବ୍ୟାସନଗର ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲା କ୍ରୀଡ଼ା ଅଧିକାରୀ, ପାଣିକୋଇଲି ଥାନା ଅଧିକାରିଣୀ ଓ ଧନେଶ୍ବର ଆରଆଇଙ୍କୁ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି।
ସୂଚନା ଯୋଗ୍ୟ ଦୀର୍ଘ ୪୦ ବର୍ଷରୁ ଅଧୁକ ସମୟ ଧରି ଶଙ୍କର ଦେହୁରୀ ନାମକ ଜୈନିକ ଆଦିବାସୀ ପରିବାର ଷ୍ଟାଡିୟମ ନିକଟରେ ଥିବା ଜମିକୁ କିଣି ଚାଷ କରିବା ସହ ବିଭିନ୍ନ ପ୍ରକାରର ଗଛ ଲଗାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଶଙ୍କର ପାଠ ପଢିନଥୁବା ଓ ଅନଭିଜ୍ଞ ଥିବାରୁ କିଣିଥିବା ଜମିକୁ ଦାଖଲଖାରଜ କରିପାରିନଥିଲେ କି ବନ୍ଦୋବସ୍ତ ବିଷୟରେ ବି ଜାଣିପାରିନଥିଲେ ।
ଫଳରେ ଉକ୍ତ ଜମି ସରକାରୀ ଖାତାକୁ ଆବାଦଯୋଗ୍ୟ ଅନାବାଦୀ ହୋଇ ଚାଲିଗଲା । ଷ୍ଟାଡିୟମ କାର୍ଯ୍ୟରେ ଲାଗିବା ପାଇଁ ପ୍ରଶାସନ ପକ୍ଷରୁ ଉକ୍ତ ଜମି କୁ ବଳ ପୂର୍ବକ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ଏହା ଆମପ୍ରତି ପ୍ରଶାସନର ଅବିଚାର ଓ ଅନ୍ୟାୟ ଦର୍ଶାଇ ଶଙ୍କର ପରିବାର ଏହାକୁ ଘୋର ବିରୋଧ କରିଥିଲେ ।
ଯାହା ଫଳରେ ଶଙ୍କର ବିରୋଧରେ ପାଣିକୋଇଲି ଥାନାରେ କେସ ହେବା ସହ ତାଙ୍କ ସହ ପରିବାର ଜେଲ ଯିବାକୁ ପଡିଥିଲା । ପରେ ଶଙ୍କର ଜେଲରୁ ମୁକୁଳିବା ପରେ ସମସ୍ତ ଅଧିକାରୀଙ୍କ ବିରୋଧରେ ଯାଜପୁରରୋଡ ସିଭିଲ କୋର୍ଟ ରେ କେସ୍ କରିଥିଲେ ।