୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :-> ବାଣପୁର ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟରେ କେ ଏନ୍ ପି ପ୍ଲସ୍ ଓଡ଼ିଶା, ଓ ସା କ୍ସ୍ ଏବଂ ଗୋଦାବରୀଶ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ୍ସ ଦିବସ ପାଳନ ଉପଲକ୍ଷେ ଏକ Art and Quiz Competition ଆୟୋଜନ କରାଯାଇଥିଲା । ଯେଉଁଥିରେ Quiz ରେ ୫୦ ରୁ ଉର୍ଦ୍ଧ ଏବଂ Art ରେ ୨୫ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।

ଚଳିତ ବର୍ଷ ପାଇଁ Theme ଥିଲା “Let Communities Lead” ଅର୍ଥାତ୍ ‘ ସମ୍ପ୍ରଦାୟ କୁ ନେତୃତ୍ୱ ଦେବା ‘। HIV ଆକ୍ରାନ୍ତ ମାନଙ୍କୁ ସମାଜରେ ସମାନତା ର ଅଧିକାର ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ । ଏଥିରେ ମହାବିଦ୍ୟାଳୟ ର ଅଧକ୍ଷ , ମହାବିଦ୍ୟାଳୟ ର ଆର୍ ଆର୍ ସି ସଂଯୋଜକ, ଲିଙ୍କ ୱର୍କର ସ୍କିମ ପ୍ରକଳ୍ପ ର ଡି ଆର ପି ଶଶିକାନ୍ତ ବରାଳ ଓ ସି ଏସ୍ ସି ପ୍ରକଳ୍ପ ର ସଂଯୋଜକ ପୁଷ୍ପାଞ୍ଜଳି ମାର୍ଥା ପରିଚାଳନା କରିଥିଲେ ।

ଏଥିରେ ଲିଙ୍କ ୱର୍କର୍ ସ୍କିମ୍ ପ୍ରକଳ୍ପ ର ଏମ୍ ଏଣ୍ଡ ଈ ଚନ୍ଦନ କୁମାର ଦାସ, ସୁପର ଭାଇଜର ସୁବ୍ରତ କୁମାର ସ୍ବାଇଁ ଏବଂ ସୁପର ଭାଉଜର ସ୍ଵର୍ଣ୍ଣଲତା ଦାସ ସହଯୋଗ କରିଥିଲେ। କିପରି ଆଗାମୀ ପିଢ଼ି ମାନଙ୍କୁ ଏଚ୍ ଆଇ ଭି ଏବଂ ଏଡ୍ ପ୍ରତି ସଚେତନ କରାଯାଇପାରିବ ସେଥିପାଇଁ ଏକ ବୈଠକ କରାଯାଇଥିଲା ।














