No Result
View All Result
୨୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ୧୯୫୮ ମସିହାରେ ରାଇରଙ୍ଗପୁର ସହରର ଅଁଳାଡୁବାରେ ଶ୍ରୀ ରଘୁନାଥ ଜୀଉ ମଠ ସନ୍ନିକଟରେ ଗୋଶାଳା କିଛି ମୁଷ୍ଟିମେୟ ଗୋପ୍ରେମୀଙ୍କ ବଳିଷ୍ଠ ଉଦ୍ୟମରେ ସ୍ଥାପିତ ହୋଇଥିଲା ।ଏହି ଗୋଶାଳା ରେ ୬୭ ତମ ଗୋପାଷ୍ଟମୀ କମିଟି ତରଫରୁ ଗୋପାଷ୍ଟମୀ ମହୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି ।ସର୍ବ ପ୍ରଥମେ ଗୋ ପୂଜନ,ଗୋ ଆରତୀ କରାଯାଇଥିଲା । ମନ୍ଦିର ପରିସରରେ ଶ୍ରୀକୃଷ୍ଣଙ୍କ ପୂଜନ ,ଯଜ୍ଞ କରାଯାଇଥିଲା ।
ଗୋଶାଳା କମିଟିର ସଂପାଦକ ଗୌରୀ ଶଙ୍କର ସାରିବା ଏବଂ ତାଙ୍କ ପତ୍ନୀ ପୂଜାକର୍ତା ଭାବେ ଦାୟିତ୍ଵ ନିଭାଇଥିଲେ ।ଏହି କାର୍ଯ୍ୟକ୍ରମରେ ଗୋଶାଳାର କାର୍ଯ୍ୟକର୍ତ୍ତା ଗଣ ସପରିବାର ଉପସ୍ଥିତ ଥିଲେ । ସଂନ୍ଧ୍ୟାରେ ଗୋଶାଳା କମିଟି ତରଫରୁ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ମୋରଡା ବିଧାୟକ ରାଜ କିଶୋର ଦାସ , ରାଜ୍ୟ ସଭା ସାଂସଦ ମମତା ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।
ସମସ୍ତେ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ର ରଥରେ ପୁଷ୍ପମାଲ୍ୟ କରି ଅତଇଥଇଗଣ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାରମ୍ଭ କରିଥିଲେ । ସଭାପତି ଗୋପାଷ୍ଟମୀୟ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସଂପାଦକ ବାର୍ଷିକ ବ ବ୍ରତୀ ପାଠ କରିଥିଲେ । ଅତିଥି ଗଣ ଗୋ -ସମ୍ପଦ ମନୁଷ୍ୟ ପାଇଁ ମୂଲ୍ୟବାନ ଵୋଲ କହିଥିଲେ । ଗଓଵଂଶ ଦ୍ବାରା ମାନବ ସମାଜର ସାମାଜିକ, ଅର୍ଥନୈତିକ ଜୀବନ ଅତୀତରେ ପ୍ରତୀତ ଓ ଗାଈ ଆମ ସାଂସ୍କୃତିକ ଏକତାର ପ୍ରବାହମାନ ବୋଲି କହିଥିଲେ ।
କମିଟି ତରଫରୁ ଏକ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା ।ତଦସହ ବାଲୁକାରେ ଏକ ଆକର୍ଷଣୀୟ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା । ଯାହାକୁ ଗୋଶାଳା କୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲା । ପରେ କମିଟି ତରଫରୁ ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗୋଶାଳା କମିଟିର ଚେୟାରମେନ ଅନୁପ ଚାନ୍ଦଗୋଟିଆ, ସଭାପତି ରବି ଅଗ୍ରୱାଲ, ସଂପାଦକ ଗୌରୀ ସାରଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result