ଡିସେମ୍ବର ୧ରେ ଉଦ୍ଯାପିତ ହେବ
୨୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :-> ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ବରେ ହୋଇଥିଲା ।
ସଭାରେ ମୁଖ୍ୟଅତିଥିଭାବେ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ ଯୋଗଦେଇ ଛାତ୍ରୀମାନେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ଯୁବପିଢି ବିକାଶ କ୍ଷେତ୍ରରେ ସାମିଲ ହେବା ଲକ୍ଷନେଇ କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ ବୋଲି ଅଧ୍ୟକ୍ଷ ଶ୍ରୀ ଜେନା ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ।
କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ ସରକାରଙ୍କ ଦ୍ବାରା ଅନୁଷ୍ଠିତ ଏହି କାର୍ଯ୍ୟର ଆଭିମୁଖ୍ୟ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟାମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ଅରୁଣ କୁମାର ମିଶ୍ର, ସାମାଜିକ କାର୍ଯ୍ୟ ସଂଯୋଜିକା ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ ଓ କ୍ରୀଡା ସଂଯୋଜକ ଅଧ୍ୟାପକ ମଳୟକୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ବେଳେ ଅଧ୍ୟାପିକା ରୋଜାଲିନ୍ ଦାସ ଅତିଥ୍ ପରିଚୟ ପ୍ରଦାନ ଓ ଶେଷରେ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ଦିବସ ଅବସରରେ ପ୍ରାରମ୍ପାରିକ ଖାଦ୍ୟ ପ୍ରଦର୍ଶନୀ, କ୍ଷୁଦ୍ର ଚଳଚିତ୍ର ନିର୍ମାଣ (ମୋବାଇଲ ମାଧ୍ୟମରେ), ଓଡ଼ିଆ ଓ ଇଂରାଜୀ କବିତା ପଠନ,
ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ଲିଖନ ଏବଂ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ମହାବିଦ୍ୟାଳୟର ଛାତ୍ରୀସମୂହ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ଅଧ୍ୟାପିକା ସୁମିତ୍ରା ରାଉତ, ରୋଜାଲିନା ମହାନ୍ତି, ତାରିଣୀ ତନୟା ସର, ଲିପ୍ସା ମିଶ୍ର, ଯାଜ୍ଞେଶ୍ବରୀ ପଲେଇ, ଅଧ୍ୟାପକ ସନ୍ତୋଷ କୁମାର ଜେନା, ପଦ୍ମଭୂଷଣ ରାଉତରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟନିର୍ବାହ କରିଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗ୍ରନ୍ଥାଗାରିକ ଚିତ୍ତରଞ୍ଜନ ମଲ୍ଲିକ, ମୁଖ୍ୟକିରାଣୀ ପ୍ରଦୀପକୁମାର ପରିଡା, ପ୍ରଶାନ୍ତକୁମାର ପଲେଇ, ଦୁର୍ଗାବତୀ ସ୍ୱାଇଁ, ବିଚିତ୍ର ଦଳାଇ, ପ୍ରବିତ୍ର ମୋନ ଜେନା, ପ୍ରଶାନ୍ତ କୁମାର ଦାସ, କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ଆଜି ଉଦଘାଟିତ (୨୩ତାରିଖ) ହୋଇଥିଲା ବେଳେ ଆସନ୍ତା ୧ତାରିଖ (ଶୁକ୍ରବାର) ଉଦଯାପିତ ହେବ ।