ମୂଖ୍ୟ ବକ୍ତା : ସରକାର ଙ୍କ ଶିକ୍ଷାନୀତି ଅନୁସାରେ ଛାତ୍ରଛାତ୍ରୀ ନିଜକୁ କିପରି ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ ସେ ବିଷୟରେ ମୂଖ୍ୟ ବକ୍ତା ଅବଗତ କରାଇଥିଲେ ।
୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା/ପୁବୁସାହି :-> ଖୋର୍ଦ୍ଧା ଜିଲ୍ଲା ପୁବୁସାହି ସ୍ଥିତ ନିଉଷ୍ଟାର ବିଜ୍ଞାନ ମହାବିଦ୍ୟାଳୟ ରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟିରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ସମସ୍ତ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା । ଏଥିସହିତ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ଗୀତ ର କାର୍ଯ୍ୟକ୍ରମ ସହିତ ସୁନ୍ଦର ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା ।

କଲେଜ୍ କୁ ଆସିଥିବା ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଙ୍କୁ ତାଙ୍କ ବଡ ଭାଇଭଉଣୀ ମାନେ ଟୀକା ଲଗାଇ ଫୁଲ ଗୁଚ୍ଛ ପ୍ରଦାନ କରି ଉପହାର ସ୍ୱରୂପ ଖାତା , ପେନ୍ ଇତ୍ୟାଦି ଭେଟି ଦେଇଥିଲେ । ଏହା ସହିତ ନୂତନ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ପରିବେଷଣ କରାଇ ପରସ୍ପର ସିନିୟର ଓ ଜୁନିୟର ମଧ୍ୟରେ ନିବିଡ ସମ୍ପର୍କ କୁ ପ୍ରତିପାଦନ କରାଇଥିଲେ ।

ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଟିରେ ମଞ୍ଚାସିନ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ କୃଷି ଶିଳ୍ପ ନିଗମର ଉପାଧକ୍ଷ , ବରିଷ୍ଠ ଆଇନଜିବୀ ତଥା ନିଉଷ୍ଟାର କଲେଜ ଉପଦେଷ୍ଟା ଡ. ସନ୍ତୋଷ କୁମାର ବେଜ୍ ଓ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ , ଦାର୍ଶନିକବିତ୍ ତଥା ନୟାଗଡ଼ ୟୁନିଟେକ୍ ରେସିଡେନ୍ସିଆଲ ହାଇୟର ସେକେଣ୍ଡାରୀ ସ୍କୁଲର ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୃଷ୍ଟି ,
ସମ୍ମାନିତ ଅତିଥି ଭାବେ ଅଲ୍ ଓଡ଼ିଶା ସେଲ୍ଫ ଫାଇନାନ୍ସିଙ୍ଗ ହାଇଅର ସେକେଣ୍ଡାରୀ ସ୍କୁଲ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଦାସ , ସମ୍ମାନିତ ଅତିଥି ରୂପେ ରାଜନୀତିଜ୍ଞ ପୁବୁସାହି ପଞ୍ଚାୟତ ସମିତିସଭ୍ୟ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ , କଲେଜର ପ୍ରିନ୍ସପାଲ୍ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ , ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ସାହୁ ,

ରସାୟନ ବିଜ୍ଞାନ ବିଭାଗ ର ବରିଷ୍ଠ ପ୍ରାଧ୍ୟାପକ ଲକ୍ଷ୍ମୀଧର ସାହୁ ଓ ସନ୍ଦୀପ କୁମାର ଚାନ୍ଦ , ଆଇଟି ବିଭାଗର ଅଧ୍ୟାପକ ଆଶୁତୋଷ ସୁବୁଦ୍ଧି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ମାନଙ୍କର ଅଭିଭାଷଣ ଛାତ୍ର ଛାତ୍ରୀ ଙ୍କୁ
କିଛି ପ୍ରେରଣା ପ୍ରଦାନ କରିବା ସହ ବହୁତ କିଛି ଶିକ୍ଷା ଦେଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପିକା ସିପ୍ରା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ସୋନାଲି ମହାରଣା ମଞ୍ଚ ପରିଚାଳନା କରିଥିଲେ ।

ଅଧ୍ୟାପିକା ସସ୍ମିତା ବରାଳ ଓ ସମୀକ୍ଷା ପାଠକ ଙ୍କ ଅଧ୍ୟକ୍ଷତା ରେ ଅତିଥି ଙ୍କ ଦ୍ଵାରା କଲେଜ୍ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ ସେମିନାର , ମିସ୍ ଫ୍ରେଶର ଏବଂ ମିଷ୍ଟର ଫ୍ରେଶର ଆୱାର୍ଡ଼ ଇତ୍ୟାଦି ପ୍ରଦାନ କରାଯାଇଥିଲା । ପରେ ପ୍ରିନ୍ସପାଲ୍ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ସାହୁ ଓ ଅଧ୍ୟାପିକା ସୋନାଲି ମହାରଣାଙ୍କ ନେତୃତ୍ବରେ ମଞ୍ଚରେ ନୃତ୍ୟ ଗୀତ ଓ ଶିକ୍ଷଣୀୟ ନାଟକ ଗୁଡ଼ିକ ପରିବେଷଣ କରାଯାଇଥିଲା । କଲେଜର ଅଧ୍ୟାପକ ଚୈତନ୍ୟ ନାୟକ , ସୁନୀଲ କୁମାର ସାହୁ , ଆଡମିନଷ୍ଟ୍ରେଟର ତ୍ରିନାଥ ସ୍ବାଇଁ , ଅଧ୍ୟାପିକା ସ୍ଵର୍ଣ୍ଣପ୍ରଭା ମହାରଣା ,

ସଂଘମିତ୍ରା ପାଲଟାସିଂ , ବିଷ୍ଣୁ ପ୍ରିୟା ଜଗଦେବ , ଲୋପାମୁଦ୍ରା ଦାସ , ସବ୍ୟସାଚି ତନୟା , ଅର୍ପିତା ସିହ୍ନା ଓ ଅଫିସ୍ କର୍ମକର୍ତ୍ତା ମଧ୍ୟରେ ରାମଚନ୍ଦ୍ର ମହାରଣା , ମାନସ ରଞ୍ଜନ ପଣ୍ଡା , ଅଭିରାମ ସାହୁ , ନବ କିଶୋର ସ୍ବାଇଁ , ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।




















