No Result
View All Result
୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଳକ କାର୍ଯ୍ୟାଳୟରେ ଆଜି ବିଜେପି ଦଳ ପକ୍ଷରୁ ଘେରାଉ କରାଯାଇଛି । ଏହି ରାଲିରେ ହଜାର ହଜାର ବିଜେପି କର୍ମୀ ମୋହନା ସ୍ଥାନୀୟ ଶିବ ମନ୍ଦିର ଠାରୁ ଏକ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବ୍ଳକ ସମ୍ମୁଖରେ ବିକ୍ଷୋଭ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଆଳରେ ଲୋକଙ୍କୁ ଭୂଆଁ ବୁଲାଇବା ଅଭିଯୋଗ କରିଥିଲେ ।

ଆଜିବି ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ବଞ୍ଚିତ ଏବଂ ବୃଦ୍ଧ ବୃଦ୍ଧାଙ୍କ ଭତ୍ତା ୩ହଜାର ଟଙ୍କା ଦିଆଯାଇ ଓ ବସଷ୍ଟାଣ୍ଡ କାମ ସମ୍ପୂଣ୍ଣ କରାଯାଉ ମୋହନା ବ୍ଳକର ପ୍ରତ୍ୟେକ ଅଞ୍ଚଳରେ ଯାହା ସମସ୍ୟା ରହିଚି ତାକୁ ନଜର ବା ଆଖି ଆଗରେ ରଖି କାର୍ଯ୍ୟ କରିବାକୁ ଚେତାବନା ଦେଇଛନ୍ତି ବିଜେପି କର୍ମୀ ଏଥି ସହିତ ଆଗାମୀ ନିର୍ବାଚନରେ ମୋହନା ବ୍ଳକ ବାସି ଏହାର ଦୃଢ ଜବାବ ଦେବେ ବୋଲି କର୍ମୀମାନେ କହିଛନ୍ତି ।

ଆନ୍ଦୋଳନକାରି ବିଜେପି କର୍ମୀ ଓ ନେତା ଏହି ଶୋଭାଯାତ୍ରରେ ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ମଳିକ, ରାଜ୍ୟ ଓବିସି ମର୍ଚା କାର୍ଯ୍ୟ କାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ବେହେରା, ଜିଲ୍ଲା ସଂଯୋଜକ କାମଦେବ ବଡ ନାୟକ, ମଣ୍ଡଳ ସଭାପତି ସତ୍ୟ ଦଣ୍ଡ ସେନା, ବଜରଂଗ ଦଳ ସଭାପତି ଜିତୁ ଭାଇ , ବିଜେପି କର୍ମୀ ରଜନି ପ୍ରଧାନ, ପ୍ରଭାତ ପାତ୍ର, ସୁଧୀର ପାଇକ ଏବଂ ବିଜେପିର ଅନେକ ନେତା କର୍ମୀ ୩ ହଜାର ରୁ ଉଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ ।

No Result
View All Result