No Result
View All Result
୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଆର, ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ ଗ୍ରାମର ଦିବା 11ଘ ସମୟରେ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ, ଶ୍ରୀ କୃପାସିନ୍ଧୁ ଗମାଙ୍ଗ CRC ଶ୍ରୀ ମୃତ୍ୟୁଞ୍ଜୟ ପୂଜାରୀ ଶ୍ରୀ ଦୁଃଖିଶ୍ୟାମ ପାତ୍ର ଓ ଶତାଧିକ ଅଭିଭାବକ ଯୋଗ ଦେଇଥିଲେ I

ଆଗାମୀ ଦଶମ ବାର୍ଷିକ ପରୀକ୍ଷା ଭଲ ଫଳ ପ୍ରଦର୍ଶନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ସମ୍ପର୍କରେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ I ସମସ୍ତ ଶିକ୍ଷକ କର୍ମଚାରୀବୃନ୍ଦ ଅଂଶ ଗ୍ରହଣ କରିଥିଲେ I ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ I

No Result
View All Result