No Result
View All Result
୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଜନ ଅକ୍ରୋଶ ଆନ୍ଦୋଳନ ମଙ୍ଗଳବାର ଦିନ ବାରଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଥିଲା । ବାଙ୍କୀ ବିଧାନସଭା ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ଆହ୍ୱାନ କ୍ରମେ ଶହଶହ ବିଜେପି କର୍ମୀ , ଏକଜୁଟ ହୋଇ ତ୍ରିଶୁଳିଆ ଛକଠାରୁ ଶୋଭାଯାତ୍ରାରେ ଆସି , ବାରଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏନେଇ ଏକ ସଭା କରାଯାଇଥିଲା । ଏଥିରେ ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ସଜନ ଶର୍ମା, ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଭ୍ୟ ତଥା ବାରଙ୍ଗ -ବାଙ୍କୀ ସମବାୟ ସେଲର ସଂଯୋଜକ ଅଜୟ କୁମାର ମୁଦୁଲି, କଟକ ଲୋକସଭା ବିଜେପି ସଂଯୋଜକ ସୁକାନ୍ତ ବିଶ୍ୱାଳ,

ବାରଙ୍ଗ ବିଜେପି ମଣ୍ଡଳ ସଭାପତି ବୁଲୁ ସ୍ୱାଇଁ, ଜିଲ୍ଲା ସଂପାଦକ ପ୍ରଭାସ ରାଉତ , ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନଳୀନ କୁମାର ରାୟ , ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ର, ସାଧାରଣ ସଂପାଦକ ଗୋବିନ୍ଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବ୍ଲକରେ ହେଉଥିବା ବିଭିନ୍ନ ଦୁର୍ନୀତି ବିରୋଧ ସଂପର୍କରେ ମତ ବ୍ୟକ୍ତ କରିଥିଲେ ।

No Result
View All Result