୨୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ସଡ଼କ ଦୁର୍ଘଟଣା ରେ ଜଣେ ମୃତକଙ୍କ ଶବ ବ୍ୟବଛେଦ କାମ ସାରି ଖୋର୍ଦ୍ଧା ରୁ ଟାଙ୍ଗୀ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା ରେ କନେଷ୍ଟବଲଙ୍କର ମୃତ୍ୟୁ । ମୃତ୍ୟୁ ବରଣ କରିଥିବା କନେଷ୍ଟବଲଙ୍କର ନାମ ବିନୋଦ କହଁର । ସେ ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ।16 ନମ୍ବର ଜାତୀୟ ରାଜପଥ ରାମେଶ୍ୱର ନିକଟରେ ତାଙ୍କର ସଡ଼କ ଦୁର୍ଘଟଣା ରେ ହୋଇଛି ମୃତ୍ୟୁ।

ବିନୋଦ ବାଇକ ରେ ଫେରୁଥିବା ବେଳେ ହୋଇଛି ଦୁର୍ଘଟଣା।ବାଇକ ଟି ରାସ୍ତା ପାର୍ଶ୍ଵ ରେ ଥିବା ଗାର୍ଡୱାଲ ସହ ଧକ୍କା ହୋଇଥିଲା । ଫଳରେ କନେଷ୍ଟବଲ ଜଣକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ।ତେଣୁ ତାଙ୍କର ମୁଣ୍ଡରେ ଗଭୀର କ୍ଷତ ହେବା ସହ ପ୍ରଚୁର ରକ୍ତଶ୍ରାବ ହେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।ନିରାକାର ପୁର ପୋଲିସ ଶବ ଜବତ କରି ତଦନ୍ତ କରିଛି।
















