No Result
View All Result

୨୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଟାଗିଂ :-> ନିଖୋଜ ୪ବର୍ଷ ଶିଶୁପୁତ୍ର ର ମୃତ ଦେହ ଖଣିରୁ ଉଦ୍ଧାର ୪ଦିନ ପରେ ଖଣିରୁ ଉଦ୍ଧାର।ଶିଶୁପୁତ୍ର କୁ ଲୁଗିଂ ରେ ବାନ୍ଧି ପଥର ଗୁଡାଇ ଖଣିକୁ ଫୋପାଡି ଦେଇଥିଲେ ଦୁର୍ବୂତ୍ତ । ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ଥାନା ଉଜ୍ୱଳା ଗୋପିନାଥପୁର ଗ୍ରାମର ସୁବାଷ ପ୍ରଧାନଙ୍କ ୪ବର୍ଷର ଶିଶୁପୁତ୍ର ସୈ।ମ୍ୟରଂଜନ ପ୍ରଧାନ ୧୭/୧୧/୨୩ତାରିଖରେ ଦାଣ୍ଡରେ ଖେଳୁଥିଲା ପରିବାର ଲୋକେ ସେହି ସମୟରେ ଘରେ ବ୍ୟସ୍ତ ଥିଲେ।ଦିନ ୧୧ଟା ସମୟରେ ଶିଶୁପୁତ୍ର ଜଣଙ୍କ ନିଖୋଜ ହୋଇଯାଇଥିଲେ ।

ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ଶିଶୁପୁତ୍ରକୁ ନ ପାଇବାରୁ ଥାନାରେ ଏତଲା ଦେଇଥିଲେ।ପୋଲିସ ଏତଲା କୁ ଆଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଦୁଇଦିନ ଧରି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଖୋଜାଖୋଜି କରିବା ପରେ ଶିଶୁପୁତ୍ର ର ସନ୍ଧାନ ମିଳିନଥିଲା । ପରିବାର ଲୋକେ ଶିଶୁପୁତ୍ର କୁ ନ ପାଇ ସଂପୂର୍ଣ୍ଣ ଭାଗିଂ ପଡିଥିଲେ।ନିଖୋଜ ର ୪ଦିନ ପରେ ଶିଶୁପୁତ୍ର ର ମୃତ ଦେହ ଗାଁ ନିକଟସ୍ଥ ଏକ ଖଣିରୁ ମିଳିଛି।

ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ମେଡ଼ିକାଲ କୁ ପଠାଇ ତଦନ୍ତ ଜାରି ରଖିଛି । ଶିଶୁପୁତ୍ର ଜଣଙ୍କୁ ହତ୍ୟା କରି ଲୁଗିଂ ରେ ବାନ୍ଧି ପଥର ଗୁଡାଇ ଖଣିରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ହତ୍ୟା କାରୀକୁ ଗିରଫ କରିବା ପାଇଁ ଦାବି ଜୋର ଧରିଛି । ୪ଦିନ ପରେ ଖଣିରୁ ଶିଶୁପୁତ୍ର ମୃତ ଦେହ ମିଳିବା ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।

No Result
View All Result