No Result
View All Result
୨୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ମଙ୍ଗଳବାର ଦିନ ର. ଉଦୟଗିରି ବ୍ଲକର ସରକାରୀ ଉଚ୍ଚବିଦ୍ୟାଳୟ ଛେଳିଗଡ଼ ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରଦର୍ଶନୀରେ ବ୍ଲକର ପ୍ରାଥମିକ ଓ ମାଧ୍ୟମିକ ସ୍ତରର 80ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ I ସେଥିମଧ୍ୟରୁ 5 ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ I ସ୍ୱାସ୍ଥ୍ୟ ବିଭାଗରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିର ଅଙ୍କିତା ଦଳାଇ ନବମ ଶ୍ରେଣୀ ପ୍ରଥମ, ଜୀବନ ଶୈଳୀ ପାଇଁ ପରିବେଶ ବିଭାଗରେ ରଂଡିବା ଉଚ୍ଚ ବିଦ୍ୟାଳୟ ର ରୁଦ୍ର ପ୍ରକାଶ ପାଣିଗ୍ରାହୀ ପ୍ରଥମ, କୃଷି ବିଭାଗରେ ସୁନ୍ଦୁରାଵା ଉଚ୍ଚ ବିଦ୍ୟାଳୟର ବର୍ଷା ପୂଜାରୀ ପ୍ରଥମ,
ଗମନାଗମନ ଓ ପରିବହନ ବିଭାଗରେ ମଙ୍ଗରାଜପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତୀତାଶ ଲିମା ପ୍ରଥମ,କମ୍ପ୍ୟୁଟଶନାଲ ଥିଁକିଙ୍ଗ ବିଭାଗରେ ରାମଗିରି ପ୍ରାଥମିକ ବିଦ୍ୟାଳୟର ଅଙ୍କିତା ପ୍ରଧାନୀ ପ୍ରଥମ ସ୍ଥାନ ରଖିଥିବା ବେଳେ 5 ଜଣ ଛାତ୍ର ଛାତ୍ରୀଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା I ବିଚାରକ ଭାବେ ଶ୍ରୀ ସାତ୍ମିକ କୁମାର ପଟନାୟକ ଓ ଶ୍ରୀମତୀ ସୁଜାତା ଦୋରା ଯୋଗ ଦେଇଥିଲେ I
ଶ୍ରୀ ବୀରେନ୍ଦ୍ର କୁମାର ମଣ୍ଡଳ ଗୋଷ୍ଠୀ ଶିକ୍ଷ୍ୟାଧିକାରୀ ମୁଖ୍ୟ ଅତିଥି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟାଧିକାରୀ ଶ୍ରୀ ଯୁଧିଷ୍ଠିର ବେହେରା, ସମସ୍ତ CRC ବୃନ୍ଦ ଏବଂ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ I ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ବଡ଼ ର ଇ ତ, ଶ୍ରୀ ଭାଗିରଥି ପରିଡା ଓ ସମସ୍ତ ଶିକ୍ଷକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ I ବିଜ୍ଞାନ ଶିକ୍ଷକ ଶ୍ରୀ ଭାଗିରଥି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ I
No Result
View All Result