No Result
View All Result
୨୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ମାଟିର ଦ୍ବିତୀୟବାର ମୟୂରଭଞ୍ଜ ଆସି ଜିଲ୍ଲାର ବିକାଶ ଦିଗରେ ଚିନ୍ତା କରି ମୟୂରଭଞ୍ଜ ଜିଲ୍ଲା କୁ ୪ଟି ଉପହାର ଦେଇକି ଗଲେ । ଆଜି ପ୍ରଭାତରେ ରାଇରଙ୍ଗପୁର ବାସଭବନ ରୁ ବାହାରି ଶଶୁର ଘର ଗାଁ ପାହାଡପୁର ଗାଁ ରେ ପହଞ୍ଚିଥିଲେ । ଶଶୁର ଘରେ ରହିଛି ତାଙ୍କର ସ୍ବାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ଏକ ଏସ୍ ଏଲ୍ ଏସ୍ ଟ୍ରଷ୍ଟ ଗଠନ କରି ଏସ୍ ଏଲ୍ ଏସ୍ ନାମରେ ଏକ ଆବାସିକ ବିଦ୍ୟାଳୟ କରିଛନ୍ତି ।
![](https://odishatazanews.com/wp-content/uploads/2023/11/R.pur-14-1-300x169.jpg)
ଉକ୍ତ ଏସ୍ ଏଲ୍ ଏସ୍ ର ମୁଖ ଶାଖି ନବ ନିର୍ମିତ ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରି ପାହାଡପୁର ଗାଁ ଛକ ରେ ନିର୍ମିତ ସ୍ବାମୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ପରେ ଏଲ୍ ଏନ୍ ଟି ଦ୍ବାରା ଅନୁଷ୍ଠିତ ହୋଇଥିବା ଦକ୍ଷତା ତାଲିମ୍ କେନ୍ଦ୍ର ର ଉଦଘାଟନ କରିଥିଲେ । ଅଧିକାରୀ କାର୍କେଟ୍ ଯୋଗେ ବାଦାମପାହାଡ ପ୍ଲାଟଫର୍ମ ରେ ପହଞ୍ଚିଥିଲେ। ବାଦାମପାହାଡ ରେ ଏକ ଉଦଘାଟନ ସମାହାରରେ ଯୋଗ ଦେଇଥିଲେ।
![](https://odishatazanews.com/wp-content/uploads/2023/11/R.pur-16-300x169.jpg)
ସେଠାରୁ ତିନୋଟି ଟ୍ରନ୍ କୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।( ୧) ଟାଟା- ବାଦାମପାହାଡ ଟ୍ରେନ୍ ( ମେମୁ) (୨) ବାଦାମପାହାଡ ରୁ ରାଉରକେଲା ଟ୍ରେନ ଓ ତୃତୀୟ ଟ୍ରେନ ଟି ବାଦାମପାହାଡ ରୁ ସାଲିମାର ଟ୍ରେନ କୁ ମଧ୍ଯ ଉଦଘାଟନ କରିଥିଲେ । ବାଦାମପାହାଡ ପ୍ଲାଟଫର୍ମ ରୁ ସିଧାସଳଖ ଭିଡିଓ କନଫରେନ୍ସ ଯୋଗେ ରାଇରଙ୍ଗପୁର ଡାକ ବିଭାଗ ମଣ୍ଡଳ କୁ ମଧ୍ଯ ଉଦଘାଟନ କରିଥିଲେ ।
![](https://odishatazanews.com/wp-content/uploads/2023/11/R.pur-13-300x169.jpg)
ଉଦଘାଟନ ଋତ୍ସବ ରେ ସମ୍ମାନିତ ଅତିଥି ଭାବେ ରେଳ ମନ୍ତ୍ରୀ ଅଶ୍ବନୀ ଭୈଷଭ , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଓଡିଶା ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦାନ କରିଥିଲେ । ରେଳ ବିଭାଗ ମନ୍ତ୍ରୀ ଅଭିଭାଷଣ ରେ ମୟୂରଭଞ୍ଜ ଜିଲ୍ଲାର ବିକାଶ ର କଥା କହିବା ସହିତ ପ୍ରତିଶୃତି ଦେଇଥିଲେ କି ଆଗାମୀ ଅଳ୍ପ ଦିନ ମଧ୍ଯ ରେ ଜନସାଧାରଣ ଦାବି ତଥା ବାଦାମପାହାଡ ରୁ କେନ୍ଦୁଝର ଓ ଗୋରୁ ମହିଷାଣୀ ରୁ ବାଙ୍ଗିରିପୋଷି ରେଳ ସଂଯୋଗ ର ଭିତିଭୂମି ଆରମ୍ଭ ହେବ।
![](https://odishatazanews.com/wp-content/uploads/2023/11/R.pur-11-1-300x169.jpg)
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବାଦାମପାହାଡ ପ୍ଲାଟଫର୍ମ କୁ ଅମୃତ କାଳ ସମୟରେ ରେଳ ବିକାଶର କାର୍ଯ୍ୟକ୍ରମ ଆରମ୍ଭ କରାଯାଉଥିବାରୁ ବାଦାମପାହାଡ ପ୍ଲାଟଫର୍ମ କୁ ବାଦାମପାହାଡ ଅମୃତ ପ୍ଲାଟଫର୍ମ ନାମରେ ଅଭିହିତ କରିଛନ୍ତି ବୋଲି ରେଳ ମନ୍ତ୍ରୀ ପ୍ରକାଶ କରିଥିଲେ । ସଭା କାର୍ଯ୍ଯ ସମାପନ ପରେ ସାଲିମାର ଟ୍ରେନ ରେ ବସି ମହାମହିମ ରାଷ୍ଟ୍ରପତି ରାଇରଙ୍ଗପୁର ପ୍ଲାଟଫର୍ମ ଓଲାଇ ଥିଲେ ।
![](https://odishatazanews.com/wp-content/uploads/2023/11/R.pur-10-1-300x169.jpg)
ପ୍ଲାଟଫର୍ମ ରୁ ବାହାରି ଦିଦି ବିଜୁପଟ୍ଟନାୟକ ଛକ ନିକଟ ରେ ଅପେକ୍ଷାକୃତ ଛାତ୍ରଛାତ୍ରୀଙ୍କ ସହିତ ମିଶିଥିଲେ। ଦୁର୍ଗାମଣ୍ଡପ ରୁ ପାଦରେ ଚାଲି ଚାଲି ଡିଭିଜନ ଡାକ ବିଭାଗ କାର୍ଯ୍ଯଳୟ ନିକଟ ରେ ପହଞ୍ଚିଥିଲେ । ରାଇରଙ୍ଗପୁର ଡିଭିଜନ ଡାକ ବିଭାଗ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧିନା ଅର୍ପଣ ଜଣାଇଥିଲେ ।
![](https://odishatazanews.com/wp-content/uploads/2023/11/R.pur-8-300x169.jpg)
ପରେ ଦାଣ୍ଡବୋଷ ଏୟାରପୋର୍ଟ କୁ ଯାଇ ସମ୍ବଲପୁର ଜିଲ୍ଲା ଗସ୍ତ ରେ ହେଲିକପ୍ଟର ଯୋଗେ ଉଡାଣ କରିଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ଗୋଟିଏ ବାଣୀ ସମସ୍ତଙ୍କୁ ଚକିତ କରିଥିଲା । କହିଥିଲେକି ଶିକ୍ଷା ହିଁ ସମାଜର ମୁଖ୍ଯ ଦର୍ପଣ ତେଣୁ ଛାତ୍ରଛାତ୍ରୀ ମାନେ ଅଧ୍ଯୟନ କରିବା ଦରକାର। ଜ୍ଞାନ ବଳରେ ଅସମ୍ଭବ କୁ ଭି ସମ୍ବବ କରି ହେବ ।
![](https://odishatazanews.com/wp-content/uploads/2023/11/R.pur-9-1-300x169.jpg)
![](https://odishatazanews.com/wp-content/uploads/2023/10/Odisha-Tazanews-RepoterMeghnad-Hembram-Mayurbhanj--300x77.jpg)
No Result
View All Result