No Result
View All Result
୨୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ବଲାଙ୍ଗିର ଜିଲ୍ଳା ପାଟଣାଗଡ ଉପଖଣ୍ଡସ୍ଥ ସୁନାମୁଦି ଗ୍ରାମରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସଂଗ୍ରାମୀ ସ୍ୱର୍ଗତଃ ବୀର ସୁନାଙ୍କ ଜୟନ୍ତୀ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବୀରସୁନା ସ୍ମୃତି କମିଟି ଓ ଜିଲ୍ଲା ଦଳିତ ସମାଜ ବଲାଙ୍ଗିର ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସୁନାମୁଦି ଗ୍ରାମରେ ଏକ ଶୋଭାଯାତ୍ରା କରାଯାଇଥିଲା । ପରବର୍ତ୍ତୀ ସମୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟ ତଥା ବଲାଙ୍ଗିର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୭ ର କାଉନସିଲର ଶମ୍ଭୁ ନାଗ ଯୋଗଦେଇଥିଲେ ।

ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୧୩ ର କାଉନସିଲର ତଥା ଦଳିତ ନେତା କିଶୋର କୁମ୍ଭାର, ଜିଲ୍ଲା ଦଳିତ ଶିକ୍ଷକ ସଂଘର ସଭାପତି ବସୁଦେବ ମୁଗ୍ରୀ ଅବସରପ୍ରାପ୍ତ ସୈନୀକ କବିରାଜ ଶବର ଓ ନବୀନ କାଲସାଏ ମଞ୍ଚାସୀନ ଥିଲେ । ସଂଗ୍ରାମୀ ବୀର ସୁନାଙ୍କ ଫଟୋଚିତ୍ରରେ ଦ୍ୱୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଅତିଥିମାନେ ତାଙ୍କର ବକ୍ତବ୍ୟ ରଖି ସଂଗ୍ରାମୀ ବୀର ସୁନାଙ୍କ ସ୍ମୃତିଚାରଣ କରିବା ସହିତ ଏଭଳି ଜଣେ ସ୍ୱତନ୍ତ୍ରତା ସେନାନୀ ଙ୍କୁ ପ୍ରଶାସନୀକ କ୍ଷେତ୍ରରେ ଅବହେଳା କରାଯାଇଛି ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କୁ ଉଚିତ ନ୍ୟାୟ ମିଳିବା ପାଇଁ ଓ ଆଗାମୀ ଦିନରେ ସଂଗ୍ରାମୀ ବୀରସୁନା ଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ ସଭାସ୍ଥଳରେ ମତପ୍ରକାଶ ପାଇଥିଲା । ବରିଷ୍ଠ ସମ୍ବାଦିକ କୁନା ବାଗ ମଞ୍ଚ ପରିଚାଳନା କରିଥିବାବେଳେ ବିରେନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରାମ ବାଗ, ଶ୍ୟାମ କୁମ୍ଭାର, ଦାମ କୁମ୍ଭାର, କାହ୍ନା କାଲସାଏ, ଜଗଦିଶ ବାରିକ, ପ୍ରେମାନନ୍ଦ ବାଗ, ଗୋବିନ୍ଦ କାଲସାଏ, ମହନ ଜାଲ, ବୀରସୁନା ଙ୍କ ପରିବାର ବର୍ଗ ଓ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

No Result
View All Result