୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଭାରତର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ , ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା କୁ ତା ୨୦୵୧୧ ରେ ପହଞ୍ଚଥିଲେ। ବାରିପଦାର ସହୀଦ ସ୍ମୃତିଭବନ ରେ ଅଲ ଇଣ୍ଡିଆ ସାନ୍ତାଳୀ ଲେଖକ ଓ ସାହିତ୍ୟ ସମ୍ମିଳନୀ ରେ ଯୋଗ ଦେଇ ଥିଲେ। ପରେ ଜିଲ୍ଲାର କୁଳିଅଁଳା ନିକଟ ରେ ଥିବା ଆବାସିକ ଏକ ଲବ୍ଯ ସ୍କୁଲ କୁ ଶୁଭ ଉଦଘାଟନ କରିଥିଲେ ।
ସମବାର ୨୦ ତାରିଖ ଅପରାହ୍ନ ରେ ରାଇରଙ୍ଗପୁର କୁ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ।ରାଇରଙ୍ଗପୁର ଡାକ ବଙ୍ଗଳା ରେ କିଛି ସମୟ ବିଶ୍ରାମ ନେବା ପରେ ରାତ୍ରୀରେ ରାଇରଙ୍ଗପୁର ମହୁଲଡିହା ରେ ଥିବା ବାସ ଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ତା ୨୧୵୧୧ ରିଖ ପ୍ରଭାତରେ ପ୍ରଥମେ ନିଜ ଶଶୁର ଗାଁ ପାହାଡପୁର କୁ ଆସି ଏକ ଦକ୍ଷତା ବିକାଶ କେନ୍ଦ୍ର ର ଶୁଭ ଉଦଘାଟନ କରିବେ ଓ ଶଶୁର ଘରେ ନିର୍ମାଣ ହୋଇଥିବା ଏସ୍ ଏଲ୍ ଏସ୍ ଟ୍ରଷ୍ଟ ର ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇବା ପରେ ,
ନୂତନ ଭାବେ ପୁନଃନିର୍ମାଣ କରାଯାଇଥିବା ନିଜ ସ୍ବାମୀ ଓ ୨ପୁଅ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବାଦାମପାହାଡ ରେଳ ଷ୍ଟେସନ କୁ ଯିବେ । ରେଳ ବିଭାଗ ତରଫରୁ ଆୟୋଜିତ ହୋଇଥିବା ଉଦଘାଟନ ଋତ୍ସବ ରେ ଯୋଗ ଦେବେ । ବାଦାମପାହାଡ ପ୍ଲାଟଫର୍ମ ରୁ ନୂତନ ୩ଟି ଟ୍ରନ୍ କୁ ସବୁଜ ପତକା ଦେଖାଇ ଟାଟା ବାଦାମପାହାଡ ରେଳ ,
ବାଦାମପାହାଡ ରୁ ରାଉରକେଲା ଟ୍ରନ୍ ଓ ବାଦାମପାହାଡ ରୁ କଲିକତା ଟ୍ରେନ୍ ସାଲିମାର ଟ୍ରେନ୍ କୁ ପତକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ପ୍ଲାଟଫର୍ମ ରୁ ଭିଡିଓ କନଫରେନ୍ସ ଯୋଗେ ରାଇରଙ୍ଗପୁର ମୁଖ୍ଯ ଡାକ ଘରକୁ ଡିଭିଜନ ଡାକ ଘର ର ଶୁଭାରମ୍ଭ କରିବେ । ସମସ୍ତ କାର୍ଯ୍ୟକ୍ରମ ସରିବାପରେ ବାଦାମପାହାଡ ରୁ ରେଳ ଯୋଗେ ରାଇରଙ୍ଗପୁର ଆସିବାର ଯୋଜନା ରହିଛି ।
ରାଷ୍ଟ୍ରପତିଙ୍କ ସହିତ ନିର୍ଦ୍ଦିଷ୍ଟ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀମାନେ ରେଳ ରେ ବସିବାର ସୁଯୋଗ ପାଇବେ । ରାଇରଙ୍ଗପୁର ବାସୀଙ୍କ ଖୁସିର ଜୁଆର ଦେଖିବାକୁ ମିଳିଛି କାରଣ ଦୀର୍ଘ ଦିନ ର ରେଳ ଚଳାଚଳ ଦାବି ଶାକାର ହେବାକୁ ଯାଉଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଓଡିଶା ପୋଲିସ ଓ କେନ୍ଦ୍ର ପୋଲିସ ଶାନ୍ତି ବଜାଇ ରଖିବା ପାଇଁ କଡା ସୁରକ୍ଷା ପହରା କୁ କଡାକଡି କରାଯାଇଛି ।
ବୁଧବାର ଦିନ ସମ୍ବଲପୁର ଠାରେ ବ୍ରହ୍ମକୁମାରୀ ସଂସ୍ଥା ଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ କୁ ନୂଆ ଭାରତ ପାଇଁ ନୂତନ ଶିକ୍ଷା କୁ ଶୁଭାରମ୍ଭ କରି ବାହୁଡି ଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଆଗମନ ରେ ସଜେଇ ହୋଇଛି ମୟୂରଭଞ୍ଜ ଜିଲ୍ଲାର ଗାଁ ଠାରୁ ସହର ।