୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମରେ ଦେଢ଼ ବର୍ଷ ପୂର୍ବରୁ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଚିଲିକା ବ୍ଲକ ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ପୂଜା ଜେନା ନାମ୍ନୀ ଜଣେ ଝିଅ ଯାହାର ବୟସ ୧୭ ବର୍ଷରୁ କମ ତୋରସିଂ ଗ୍ରାମର ରାଜା ଭୋଳଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ଶ୍ୱଶୁର ଘର ଲୋକ ଯୌତୁକ ଦାବୀ କରି ପୂଜାଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି।
କିନ୍ତୁ ଉଭୟ ପୁଅ ଝିଅଙ୍କୁ ୧୮ ବର୍ଷ ପୁରି ନଥିବା ସମୟରେ ସେମାନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏ ଖବର ପୁଜାର ମା ଜାଣିଲାପରେ ଜୋର ଜବରଦସ୍ତ ନିଜ ଝିଅ ପୂଜାକୁ ନେଇ ତୋରସିଂହ ଗ୍ରାମର ରାଜା ଭୋଳଙ୍କ ଘରେ ଛାଡିଦେଇ ଆସିଥିବା କଥା ମଧ୍ୟ ଗ୍ରାମବାସୀମାନଠାରୁ ଜଣାପଡିଛି । କୌଣସି କାରଣ ବଶତଃ ପୂଜା ନିଜେ ଖାଦ୍ୟରେ ନିଜେ ବିଷ ମିଶାଇ ଖାଇଥିବା କଥା ଶୁଣିବାକୁ ମିଳୁଛି ।
ତେବେ ଏ ନେଇ ଗତକାଲି ପୂଜା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ରାତ୍ରି ୧୧ଟାରେ ପରିବାର ଲୋକ ରାଜାଙ୍କ ଘରେ ପହଞ୍ଚିବାରେ ଝିଅ ଘର ଲୋକଙ୍କୁ ରାଜାଙ୍କ ପରିବାର ଲୋକ ଘରକୁ ପୁରାଇଦେଇ ନ ଥିଲେ ବୋଲି ପୂଜାର ମା ଅଭିଯୋଗ କରିଥବା ଦେଖିବାକୁ ମିଳିଛି। ଗତକାଲି ପୂଜାଙ୍କୁ ଶ୍ୱଶୁର ଘର ଲୋକେ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିବା ବେଳେ ପରିବାର ଲୋକ ପୂଜାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ ।