ଚାରିଗାଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦାରୁ ଚିହ୍ନଟ ଏବଂ ନବନିର୍ମାଣ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସ୍ବତନ୍ତ୍ର ବୈଠକ

୧୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କେନ୍ଦ୍ରାପଡ଼ା :-> କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଚାରିଗାଁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିର୍ମାଣଧୀନ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦାରୁ ଚିହ୍ନଟ ଏବଂ ନବନିର୍ମାଣ ମନ୍ଦିର ପ୍ରତିଷ୍ଠା ନିମନ୍ତେ ମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡକ୍ଟର ବୈଷ୍ଣବ ଚରଣ ସାମଲ ଅଧ୍ୟକ୍ଷତା କରିଥିଲେ । ମନ୍ଦିରର କାରୁକାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ବରିଷ୍ଠ ଦଇତା ସେବକ ରାମଚନ୍ଦ୍ର ପ୍ରଧାନୀ ଦେବବ୍ରହ୍ମା ଯୋଗଦେଇ ନୂତନ ବିଗ୍ରହଙ୍କ ନିମନ୍ତେ ଦାରୁ ଚିହ୍ନଟ କରିଥିଲେ । ଚାରିଗାଁ ବାଲିସାହି ସ୍ଥିତ ମିହିର ରଞ୍ଜନ ପଣ୍ଡାଙ୍କ ବାଡ଼ିରେ ବହୁବର୍ଷ ଧରି ପୂଜା ପାଇ ଆସୁଥିବା ଦାରୁଙ୍କୁ ଆମନ୍ତ୍ରିତ ଦଇତାପତି ମହୋଦୟ ଚିହ୍ନଟ କରିଥିଲେ ଏବଂ ବନଯାଗ ସମ୍ପର୍କରେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ।

ଦାରୁ ଚିହ୍ନଟ ପରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଅନୁଷ୍ଠାନର ଟ୍ରଷ୍ଟି ମନୋରଞ୍ଜନ ସାମଲ ବୈଠକକୁ ପରିଚାଳନା କରି ଆୟ ବ୍ୟୟର ବିବରଣୀ ଉପସ୍ଥାପନା କରିଥିଲେ । ସର୍ବସମ୍ମତିକ୍ରମେ କ୍ରମେ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଦିନ ଧାର୍ଯ୍ୟ ପାଇଁ ପଣ୍ଡିତ ମହାସଭାର ପରାମର୍ଶ ନିମନ୍ତେ ନିଷ୍ପତ୍ତି ନିଆଗଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଶିକ୍ଷାବିତ ମହେଶ୍ୱର ନାୟକ , ବିଷ୍ଣୁ ଚରଣ ଥାଟୋଇ, ପିତାମ୍ବର ନାୟକ , ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ ,

ଚାରିଗାଁ ସରପଞ୍ଚ ଭାରତୀ ମଳିକ , ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ଜେନା , ଡକ୍ଟର ଗିରିଶ ଚନ୍ଦ୍ର ପାତ୍ର , ଅଜୟ କୁମାର ପରିଡ଼ା , ଦୀଲିପ କୁମାର ଥାଟୋଇ , ପ୍ରଶାନ୍ତ କୁମାର ପରିଡ଼ା , ଡକ୍ଟର ମିହିର ରଞ୍ଜନ ନାୟକ , ନିହାର ରଞ୍ଜନ ସାମଲ , ଚିତ୍ତ ରଞ୍ଜନ ପରିଡ଼ା , କଳାକାର ମଳିକ , ଅକ୍ଷୟ କୁମାର ପରିଡ଼ା , ବଂଶୀଧର ବାରିକ ଏବଂ ପ୍ରଭାତ କୁମାର ପରିଡ଼ା ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ ।