No Result
View All Result
୧୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ଉପକଣ୍ଠ ବୁରୁପଡା ସ୍ଥିତ ମା ଶ୍ୟାମଳାଇ ଶକ୍ତିପୀଠ ପରିସରରେ ରବିବାର ବିଶ୍ୱକର୍ମା ସୋମବଂଶ,ଉଲେଶ୍ୟ ଗୋତ୍ରର ପାରିବାରିକ ମିଳନ ସମାରୋହ ତଥା ବଂଶାବଳୀ ପୁସ୍ତକ ଉନ୍ମୋଚନ ଉତ୍ସବ ବେଶ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ସଭାପତି ତଥା ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ ରାମକୃଷ୍ଣ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ବୈଠକରେ ଉପସଭାପତି ସୁବାଷ ଚନ୍ଦ୍ର ମହାରଣା, ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାରଣା,

ଯୁଗ୍ମ ସମ୍ପାଦକ ରବିନ୍ଦ୍ର ମହାରଣା ଓ କୋଷାଧ୍ୟକ୍ଷ ଉମା ମହାରଣା ପ୍ରମୁଖ ମଞ୍ଚସିନ ଥିଲେ ।ପ୍ରାରମ୍ଭରେ ଇଷ୍ଟଦେବ ପ୍ରଭୁ ବିଶ୍ୱକର୍ମା ଓ ଇଷ୍ଟଦେବୀ ମା ଶ୍ୟାମଳାଇଙ୍କ ନିକଟରେ ପୁଷ୍ପ ଓ ଦ୍ବୀପ ପ୍ରଜ୍ବଳନ ଓ ପୂଜାର୍ଚ୍ଚନା ସମ୍ପନ୍ନ କଲା ପରେ ଦିବଂଗତ ସଭାପତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ବିଶ୍ୱକର୍ମା ସୋମବଂଶ ଉଲେଶ୍ୟ ଗୋତ୍ରର ପାରିବାରିକ ସମାବେଶ ଶୁଭାରମ୍ଭ ହୋଇଥିଲା। ମଞ୍ଚସିନ ଅତିଥିମାନେ ଉଲେଶ୍ୟ ଗୋତ୍ରର ପାରମ୍ପରିକ ରୀତିନୀତି,ନୀତିନିୟମ, ଉନ୍ନତି, ବିବାହ ଆଦି କୌଳିକ ସାମାଜିକ ଚଳଣିରେ ପରସ୍ପର ମଧ୍ୟରେ ସହଯୋଗ ଓ ସମନ୍ୱୟ ରକ୍ଷା କରି ଐକ୍ୟବଦ୍ଧ ଭାବେ ମିଳିମିଶି ବିଶ୍ୱକର୍ମା ସୋମବଂଶ ଉନ୍ନତି ଦିଗରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।

ପରେ ଅତିଥିମାନେ ନୂତନ ବଂଶାବଳୀ ପୁସ୍ତକ ଉନ୍ମୋଚିତ କରି ବଂଶ ଭାଇଭଉଣୀଙ୍କ ମଧ୍ୟରେ ବିତରଣ କରିଥିଲେ । କମିଟିବୃନ୍ଦଙ୍କ ମଧ୍ୟରେ ସୁଶାନ୍ତ ମହାରଣା, ଭଗବାନ ମହାରଣା,ରବିନ୍ଦ୍ର ମହାରଣା, କାଳୀ ଚରଣ ମହାରଣା,ସନ୍ୟାସୀ ମହାରଣା,ଭଗବାନ ମହାରଣା, ଶଙ୍କର ପ୍ରସାଦ ମହାରଣା,ରାଜେନ୍ଦ୍ର ମହାରଣା,ହରେକୃଷ୍ଣ ମହାରଣା,ଲକ୍ଷ୍ମୀ ନାରାୟଣ ମହାରଣା,ପର୍ଶୁରାମ ମହାରଣା, ଅଭିମନ୍ୟୁ ମହାରଣା ଓ ଗୌରାଙ୍ଗ ମହାରଣା ପ୍ରମୁଖଙ୍କ ସମେତ ଉଲଶ୍ୟ ଗୋତ୍ରର ସହସ୍ରାଧିକ ପୁରୁଣା ଓ ମହିଳା ଉପସ୍ଥିତ ଥିଲେ।


No Result
View All Result