ଓଡିଶା ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ବିରୋଧରେ ବହଳଦା ବି ଜେ ପି ପାର୍ଟି ତରଫରୁ ବହଳଦା ବ୍ଲକ୍ ଘେରାଉ କାର୍ଯ୍ୟକ୍ରମ

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକ ଠାରେ ଭାରତୀୟ ଜନତା ପାର୍ଟିର ଏକ ବିଶାଳ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଥିଲା । ବହଳଦା ଭାରତୀୟ ଡନତା ପାର୍ଟିର ରଣ ହୁଙ୍କାର ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାର ଓଡିଶା ସରକାର ବିରୋଧରେ ଆଜି ଜନ ଆକ୍ରୋଶ ସମାବେଶ ସହିତ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ହାତକୁ ନେଇଥିଲା । ବହଳଦା ଭା ଜା ପା କାର୍ଯ୍ଯକର୍ତ୍ତା ବରିଷ୍ଠ ନେତା ଇଶାନ ମିଶ୍ରଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ବି ଜେ ପି କାର୍ଯ୍ଯକର୍ତ୍ତା ବହଳଦା ବ୍ଳକ୍ ଘେରାଉ ଡାକରାରେ ଯୋଗ ଦେଇଥିଲେ ।

ଭ୍ରଷ୍ଟାଚାର ବିରୋଧ ରେ ବହଳଦା ବ୍ଳକର ଭା ଜା ପା କାର୍ଯ୍ଯାଳୟରୁ ଏକ ବିଶାଳ  ଶୋଭା ଯାତ୍ରାରେ ଵହଳଦା ବଜାର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ । ବ୍ଳକ ଘେରାଉ ସମାବେଶ ରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲା ଉପସଭାପତି ହରମୋହନ ବେହେରା,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଇଂ କମଳାକାନ୍ତ ନାଏକ ,

ଏସଟିସେଲ ଇଂ ରାମଚନ୍ଦ୍ର ହାଂସଦା,ଝରାଡିହି ବିଜେପି ମଣ୍ଡଳ ସଭାପତି ମାଧବ ଚନ୍ଦ୍ର ମହାପାତ୍ର, ଵହଳଦା ବିଜେପି ମଣ୍ଡଳ ସଭାପତି ଶ୍ରୀକଣ୍ଠ ମହାନ୍ତ, ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ତିରିଂ ବ୍ଳକ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଜଲେନ ବାର୍ଦା, ରାଣୀ ମଣ୍ଡଳ,ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସୁନିଲ ମହାନ୍ତ,ବୁଲା ନନା, ,ପାରାଓ ମୁର୍ମୁ ଏବଂ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ ।
ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧ ଉପରେ ନେତା ମାନେ ରଣହୁଂକାର ଦେଇଥିଲେ ।

ମୁଖ୍ୟ ଦାବି ଥିଲା ‌ଵାଦ ପଡ଼ିଥିବା ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇଦେବା,ବାଲି ଉଚିତ ଦରରେ ତୁରନ୍ତ ହିତାଧିକାରୀଙ୍କୁ ଯୋଗାଇବା ,ନରେଗା ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ତଦନ୍ତ,ଧାନ କିଣାରେ ସ୍ବଚ୍ଛତା ଆଣିବା ପାଇଁ ମଣ୍ଡିରେ ସିସି କେମେରା ଲଗାଇବା,ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ରେ ଖର୍ଚ୍ଚ ହେଉଥିବା ଟଙ୍କା ପଞ୍ଚାୟତ ମାଧ୍ୟମରେ କରାଯିବା,୫ ଟି ନାଁ ରେ ହେଉଥିବା କୋଟି କୋଟି ଟଙ୍କାର ଦୁର୍ନୀତି ତଦନ୍ତ, ଵ୍ଳକରୁ ସଚିବାଳୟ ପର୍ଯ୍ୟନ୍ତ ପଇସା କାରବାର ବନ୍ଦ କରିବା,

ଅହେତୁକ ବିଦ୍ୟୁତ ଶୁଳ୍କ ହ୍ରାସ କରିବା,ବାମନଘାଟୀ ଉପଖଣ୍ଡରେ କଞ୍ଚାମାଲ ଲୌହ ପଥର ଥାଇ ଶିଳ୍ପ ପ୍ରତିଷ୍ଠା ନ ହେବା,ଚାଷ ଜମିକୁ ପାଣି ଅଭାବ, ପାଇଖାନା ,ରାସନ୍ କାର୍ଡ, ଭତ୍ତା ପାଇଁ ଗରିବ ଲୋକଙ୍କ ଠାରୁ ଲାଞ୍ଚ ନେଵା, ଚିଟଫଣ୍ଡ ଟଙ୍କା ଫେରସ୍ତ ନ କରିବା, ବାମନଘାଟୀ ଉପଖଣ୍ଡ ରେ ସରକାରୀ ପୋଲିଟେକନିକ, ଆଇଟିଆଇ, ନର୍ସିଂ କଲେଜ ନ ଖୋଲିବା, ଅଙ୍ଗନବାଡ଼ି ରେ କମ ଖାଦ୍ୟ,ଏମଡିଏମ ଚାଉଳ କମ ଦେଵା ଇତ୍ୟାଦି ଦାବି ନେଇ ବକ୍ତବ୍ୟ ରଖିଥିଲେ ।ବିନା ଟଙ୍କା ଓ ପଇସାରେ ଫାଇଲ ଆଗୋଉ ନାହିଁ । ତୁରନ୍ତ ଆସନ୍ତା ନିର୍ବାଚନରେ ଏହି ଦୁର୍ନୀତିଗ୍ରସ୍ତ ସରକାରକୁ ଵଦଳାଇବା ପାଇଁ ନେତୃବୃନ୍ଦ ଗର୍ଜିଥିଲେ ।