ରାଷ୍ଟ୍ରପତି ଙ୍କ ଆଗମନ ନେଇ ସଜେଇ ହେଉଛି ବାଦାମ ପାହାଡ଼ ଓ ପାହାଡପୁର ଗାଁ

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୁରଭଞ୍ଜ ଜିଲ୍ଲା ରେ ଆସନ୍ତା ୨୦ ରୁ ୨୨ ତାରିଖ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗ୍ରସ୍ତରେ ଆସୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ୨୦ ତାରିଖ ବାରିପଦା କାର୍ଯ୍ୟକ୍ରମ ରେ ଯୋଗ ଦେବାପରେ ୨୧ ତାରିଖ ଦିନ ସକାଳ ୮.୩୫ ରେ ନିଜ ଶଶୁର ଘର ଗାଁ ପାହାଡ଼ ପୁର ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ସେହିପରି ସକାଳ ୯.୨୫ ରେ ବାଦାମ ପାହାଡ଼ ରେଳ ଷ୍ଟେସନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ତିନୋଟି ଟ୍ରେନ ର ଶୁଭାରମ୍ଭ କରି ଟ୍ରେନ ଯୋଗେ ରାଇରଙ୍ଗପୁର ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଙ୍କ ଆଗମନ ନେଇ ସଜେଇ ହେଉଛି ପାହାଡ ପୁର ଗାଁ, ରାସ୍ତା ଘାଟ ଉନ୍ନତି କରଣ,

ଏସ୍ ଏଲ୍ ଏସ୍ ଆବାସିକ ବିଦ୍ୟାଳୟ ଏବଂ ସ୍ବାମୀ ଓ ଦୁଇ ପୁଅଙ୍କ ପ୍ରତିମୃତି ନୂତନ ଭାବରେ ଉନ୍ନତି କରଣ କରାଯାଉଛି, ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ଉଦ୍ ଘାଟନ କରାଯିବା ନେଇ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି ।

ବାଦାମ ପାହାଡ଼ ରେଳ ଷ୍ଟେସନ ମଧ୍ୟ ରାଷ୍ଟ୍ରପତି ଙ୍କ ଆଗମନ ନେଇ ଯୁଦ୍ଧ କାଳୀନ ଭିତ୍ତିରେ ଉନ୍ନତି କରଣ ପ୍ରକିୟା ଜାରି ରହିଛି। ପଲ୍ଲୀ ରୁ ସହର ରାଷ୍ଟ୍ରପତି ଙ୍କ ଆଗମନ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି ।