୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଚଳିତ ମାସ ୮ ତାରିଖ ଦିନ ସମ୍ବଲପୁର ଅଞ୍ଚଳର ରମଣୀ ରଞ୍ଜନ ସାହୁ ତାଙ୍କ ପତ୍ନୀଙ୍କ ସହିତ ସମ୍ବଲପୁର ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଯୋଗେ ସମ୍ବଲପୁରରୁ ପୁରୀ ଆସୁଥିବା ବେଳେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନର ପୂର୍ବରୁ ଦୁଇଜଣ ଦୁର୍ବୃତ୍ତ ତାଙ୍କ ପତ୍ନୀଙ୍କ ବେକରୁ ଏକ ସୁନାଚେନ୍ ଲୁଟି ନେଇ ଚଳନ୍ତା ଟ୍ରେନ୍ ରୁ ଓହ୍ଲାଇ ପଳାଇଥିଲେ l

ଏ ସମ୍ପର୍କରେ ରମଣୀ ରଞ୍ଜନଙ୍କ ଖୋର୍ଦ୍ଧାରୋଡ଼ ଜିଆରପି ଥାନାରେ ଅଭିଯୋଗ କ୍ରମେ ପୁଲିସ ପକ୍ଷରୁ ଜୋରଦାର ତଲାସି କରାଯାଇ ଜଟଣୀ ବାଲିଛକ ମୁଣ୍ଡିଆ ସାହିର ଲିଟୁ ସ୍ଵାଇଁ (୨୪) ଏବଂ ଶେକ୍ ଶାହାବୁଦ୍ଦିନ (୩୬)ଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ହେପାଜତରୁ ଲୁଟ ହୋଇଥିବା ସୁନା ଚେନଟିକୁ ଜବତ କରିଥିଲେ l ଆଜି ଉଭୟ ଅଭିଯୁକ୍ତଙ୍କୁ ଆବଶ୍ୟକୀୟ ତଦନ୍ତ ପରେ କେଶ୍ ନମ୍ବର ୧୧୯/୨୩ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଜଟଣୀ ଥାନାରେ ବହୁ ମାମଲା ରହିଛି ବୋଲି ଜିଆରପି ଥାନା ଅଧିକାରୀ ଧରଣୀଧର ପ୍ରଧାନ କହିଛନ୍ତି l














