୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ନିଆଳୀ ବ୍ଲକ ସ୍ଥିତ କୁଳଶ୍ରୀ ଅଳତଳଙ୍ଗ ଦଧିବାମ ଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟଷର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ “ସୁବର୍ଣ୍ଣ ଜୟନ୍ତୀ” ଉତ୍ସବ ଅନୁଷ୍ଠିତ ହୋଇଛି । ସୁବର୍ଣ୍ଣ ଜୟନ୍ତୀ କମିଟି ର ଅଧ୍ୟକ୍ଷ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବର ଦ୍ୱିତୀୟ ଦିବସ ସନ୍ଧ୍ୟାରେ ଓଡିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ ମୁଖ୍ୟ ଆତିଥି,

ସୂଚନା ପ୍ରଯୁକ୍ତି ଓ କ୍ରୀଡା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟବକ୍ତା , ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ନିଆଳୀ ବିଧାୟକ ତଥା କଟକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ଶିକ୍ଷା ହିଁ ପ୍ରତ୍ୟେକ ମଣିଷକୁ ସଠିକ୍ ମାର୍ଗ ଦେଖାଇଥାଏ ।

ଶିକ୍ଷା ବିନା ସମାଜର ଉନ୍ନତି ଅସମ୍ଭବ ବୋଲି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନେ କହିଥିଲେ । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜିବୀତ ରଖିବା ପାଇଁ ପ୍ରସ୍ତୁତ ଏକ ‘ସ୍ମରଣିକା’ କୁ ବାଚସ୍ପତି ପ୍ରମିଳା ମଲ୍ଲିକ ଉନ୍ମୋଚନ କରିଥିଲେ । ଆୟୋଜିତ ଉତ୍ସବ ରେ ଅତିଥି ମାନେ ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବର ସମସ୍ତ ଆୟୋଜକ ସଦସ୍ୟ ବୃନ୍ଦ,

ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ଗଣ,ଶିକ୍ଷକ,ଶିକ୍ଷୟିତ୍ରୀ,ବିଦ୍ୟାଳୟ ପରିଚାଳନା ପରିଷଦ ,ପୁରାତନ ଛାତ୍ରଛାତ୍ରୀ ଏବଂ ସମସ୍ତ ସଦସ୍ୟ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
















