ଜାତୀୟ କଂଗ୍ରେସ ଦଳ ର ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଭାଗ ରେ ବିଭକ୍ତ ଘୋଷଣା

୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :->  ନିର୍ବାଚନ ପର୍ବ ଯେତିକି ପାଖେଇ ପାଖେଇ ଆସୁଛି ସେଥିକି ରାଜନୈତିକ ଦଳ ଗୁଡିକ ନିଜର ଭିତ୍ତିଭୂମି କୁ ସଦୃଡ କରିବାରେ ଭିଭିନ୍ନ ରଣକୌଶଳ ଆପଣାଉଥିବା ଦେଖିବାକୁ ମିଳୁଛି । ମୟୂରଭଞ୍ଜ ଜାତୀୟ କଂଗ୍ରେସ ମଧ୍ଯ ପଛରେ ନାହିଁ। ରାଜନୈତିକ ରଣକ୍ଷେତ୍ର ର ଦୌଉଡରେ କଂଗ୍ରେସ. ମଧ୍ଯ ସାମିଲ ହେବାକୁ ଯାଉଛି। କଂଗ୍ରେସ ଚିନ୍ତା କରୁଛି କିପରି ମୟୂରଭଞ୍ଜ ଜିଲ୍ଲାରେ ନିଜର ପୂର୍ବ ଗୌରବ ପେରାଇ ଆଣିବ ସେ ନେଇ କର୍ମକର୍ତ୍ତାଙ୍କ ମଧ୍ଯ ରେ ଚାଲିଛି ଅଙ୍କ କୋଷା । ନିର୍ବାଚନ ଗଣ ଦୌଡରେ କିପରି ସହଜ ଓ ସରଳ ହେବ ସେ ନେଇ କେନ୍ଦ୍ର ଓ ରାଜ୍ଯ ପ୍ରଦେଶ କମିଟି ର ଅନୁମୋଦନ କ୍ରମେ ମୟୂରଭଞ୍ଜ ଜାତୀୟ କଂଗ୍ରେସ ଦଳ କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

ଜିଲ୍ଲାର ଗୋଟିଏ ପଟେ ପୂର୍ବ ମୟୂରଭଞ୍ଜ ଓ ଅନ୍ଯ ପଟେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ହୋଇଛି । ଏହି ଘୋଷଣା ହେବା ଦ୍ବାରା କଂଗ୍ରେସ କର୍ମକର୍ତ୍ତାଙ୍କ ଭିତରେ ଆନନ୍ଦ ଦେଖା ଦେଇଛି । ତେଣୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ କର୍ମକର୍ତ୍ତା ମାନେ ପି ସି ସି ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଧନ୍ୟବାଦ ଶୁଭେଛା ରେ A L C C ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ , ସାଂସଦ ରାହୁଲ ଗାନ୍ଧୀ , ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ , ରାଜ୍ଯ ପ୍ରଭାରୀ ଚେଷ୍ଟା କୁମାର ଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ଯାମ ଚରଣ ହାଁସଦାଃ,

ମୟୂରଭଞ୍ଜ ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଫୁଲ ସାହୁ , ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଉପସଭାପତି ବିଶ୍ବନାଥ ଦାସ , ମୟୂରଭଞ୍ଜ ଜିଲ୍ଲା ଦଳିତ ଓ ହରିଜନ ସେଲ୍ ର ସଭାପତି ଭାଗିରଥି ପାତ୍ର , ସଂଖ୍ଯାଲଘୁ ସେଲର ସଭାପତି ଏମ ଡି ଇନ୍ତେଖାବ୍ ଆଲ୍ଲାମ , କଂଗ୍ରେସ ର ବରିଷ୍ଠ ନେତା ରମେଶ ହାଁସଦାଃ ,ନେତୃତ୍ବ ମିଶନର ସଭାପତି ରଘୁରାମ ସାହୁ, ବରିଷ୍ଠ କଂଗ୍ରେସ ନେତା ଶିଶୁପଦ ମହାନ୍ତ , ବସନ୍ତ ପଟନାୟକ, ଅଶୋକ ଅଗ୍ରୱାଲ , ବେରେଲ ସିର୍କା, ଚିକୁ ମହାନ୍ତ , ସୁଶିଲ୍ ମହାନ୍ତ ଓ ଯୁବ କଂଗ୍ରେସ ନେତା କ୍ରିଷ୍ଣା ମାରାଣ୍ଡୀ ପ୍ରମୁଖ ଶୁଭେଛା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ୨୦୨୪ ନିର୍ବାଚନ ରେ କଂଗ୍ରେସ ଦଳ ନିଜର ଦଳକୁ ଶଶକ୍ତ କରିବା ପାଇଁ ଅଣ୍ଟା ଭିଡିବା ଆରମ୍ଭ କରିଛି ।