ଓଡିଶା ତାଜା ନ୍ୟୁଜ୍ (୧୫ଜୁଲାଇ୨୦୨୦,ବୁଧବାର ) କଳାହାଣ୍ଡି ବୃକ୍ଷ ଅଟେ ପରା ଆମ ଜୀବନ, ସମସ୍ତେ କରିବା ଆସ ବୃକ୍ଷରୋପଣ । ବୃକ୍ଷ ରହିଲେ ଶରୀର,ମନ ଓ ଆତ୍ମା ସୁସ୍ଥ ରହେ ଏବଂ ତା ସହିତ ଏକ ସୁନ୍ଦର ସମାଜ ଗଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଡ଼ଧାରପୁର ଗ୍ରାମରେ ପ୍ରଥମ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଅନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଆମେ ଜାଣିଥିଲୁ “ଜଳ ହିଁ ଜୀବନ” ।
ଏବେ ତା ସାଙ୍ଗକୁ “ବୃକ୍ଷ ହିଁ ଜୀବନ” କୁହାଯାଉଛି । ତେଣୁ ଗୋଟିଏ ବୃକ୍ଷ , ଗୋଟିଏ ଜୀବନର ଦ୍ୱାହି ଦେଇ ଆମ୍ଭେ ବୃକ୍ଷରୋପଣ କରିବା ଉଚିତ । ବୃକ୍ଷ ନ ରହିଲେ ପ୍ରାଣୀ ମୁହୂର୍ତ୍ତେ ବଞ୍ଚିପାରିବେ ନାହିଁ । ବାୟୁରେ ମିଶିଥିବା ଅମ୍ଳଜାନ ଆମେ ଶ୍ୱାସକ୍ରିୟା ଦ୍ୱାରା ଦେହ ଭିତରକୁ ନେଇ ବଞ୍ଚିରହୁ । ଏହି ଅମ୍ଳଜାନ ବୃକ୍ଷ ହିଁ ତିଆରି କରେ ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା , ସମ୍ମାନିତ ଅତିଥି ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ କୁମାର ମେହେର, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇଥିଲେ ।
ସ୍ଥାନୀୟ ସରପଞ୍ଚ , ବଡ଼ଧାରପୁର ଯୁବକ ସଂଘ ର ସଭାପତି ନେପାଳ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ସତ୍ୟ ମାଝୀ, ବଡ ଧାରପୁର ମହିଳା ମଣ୍ଡଳର ସଭାନେତ୍ରୀ ମାନସୀ ଭାଟି,ସଂପାଦିକା ଉର୍ବଶୀ ଭାଟି ଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମଟିକୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ୱେଚ୍ଛାସେବୀ ମିଳନ କୁମାର ଭୋଇ ,ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ,ଓ ଯୁବ ସମାଜସେବୀ ଶୁଭ୍ରାଂଶୁ ଶେଖର ସାହୁ ପରିଚାଳନା କରିଥିଲେ । (କଳାହାଣ୍ଡିରୁ – ପ୍ରଦୀପ କୁମାର ଗଉଡ)