୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :-> ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ଆଜି ଦଳା ସ୍ଥିତ କାର୍ଯ୍ୟାଳୟ ପରିସରରେ ‘ଜାତୀୟ ଗଣମାଧ୍ୟମ ଦିବସ’ ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଫୋରମର ସଭାପତି ଅଭୟ ପତି ଅଧ୍ୟକ୍ଷତା କରି କହିଥିଲେଯେ ଗଣମାଧ୍ୟମ ପ୍ରତିନିଧୁମାନେ ଖବର ସଂଗ୍ରହ ବେଳେ ଅନେକ ଘାତପ୍ରତିଘାତ ଦେଇ ଗତି କରୁଛନ୍ତି । ସେମାନଙ୍କୁ ପୁଲିସ ପ୍ରଶାସନ ସୁରକ୍ଷା ଦେବା ସହ ସଂପାଦକମାନେ ମଧ୍ୟ ଯଥୋଚିତ ସହଯୋଗ କରିବା ଆବଶ୍ୟକ ରହିଛି ବୋଲି ବକ୍ତବ୍ୟ ପ୍ରସଙ୍ଗରେ ଶ୍ରୀ ପତି ମତବ୍ୟକ୍ତ କରିଥିଲେ ।
ଫୋରମର ସଂପାଦକ ମଳୟ କୁମାର ମଲ୍ଲିକ ‘ଜାତୀୟ ପ୍ରେସ ଦିବସ’ ସଂପର୍କରେ ଅଭିଭାଷଣ ରଖୁଥୁଲା ବେଳେ ଉପସଭାପତି ଦୟାନିଧୂ ନାୟକ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଭାବେ ପ୍ରଶାସନର ଭୁଲ, ତଥା ଅନ୍ୟାୟ, ଦୁର୍ନୀତି ଓ ଭଲ ଖବର ପ୍ରସାରିତ କରିଥାନ୍ତି । ଯାହାଫଳରେ ତାଙ୍କୁ ଅନେକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥାଏ; ତେଣୁ ସରକାର ସାମ୍ବାଦିକଙ୍କ ସୁରକ୍ଷା, ଅର୍ଥନୈତିକ ଦୁଃସ୍ଥିତ ପ୍ରତିଦୃଷ୍ଟି ଦେବା ସହ ଚତୁର୍ଥ ସ୍ତମ୍ଭକୁ ଉଚିତ୍ ସମ୍ମାନ ପ୍ରଦାନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।
ସହସଂପାଦକ ପ୍ରମୋଦ କୁମାର ପାତ୍ର ଯେତେ ବାଧାବିଘ୍ନ ଆସିଲେବି ନିରପେକ୍ଷ ଓ ତଥ୍ୟ ଭିତିକ ସତ୍ୟ ସମ୍ବାଦ ପରିବେଶଣ କରି ଗଣମାଧ୍ୟମର ସ୍ୱରକୁ ଶାଣିତ କରିବାକୁ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଜ୍ଞାନରଞ୍ଜନ ଓଝା, କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ,
କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ଆଶୁତୋଷ ମିଶ୍ର, ଅସିତାନନ୍ଦ ମିଶ୍ର, ଆଶୁତୋଷ ମହାନ୍ତି, ପ୍ରହଲ୍ଲାଦ ଦେଓ, ପ୍ରକାଶ କୁମାର ସାହୁ, ଚିତରଞ୍ଜନ ବୋଇତାଇ, ଦୀପକ ଦାସ, ମାନସ ଆଏଚ, କୁଞ୍ଜବିହାରୀ ମହାନ୍ତି, ଜିତେନ୍ଦ୍ର ରାଉତ, ରୁଦ୍ର ପ୍ରତାପ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଶ୍ରୀ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।