No Result
View All Result
୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଆଠଟିକିଆ ହାତୀପଲ । ପଡ଼ୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି । ସେପଟେ ହାତୀପଲକୁ ଟ୍ରାକ୍ କରିବା ସହ ଘଉଡ଼ାଇବାକୁ ଫରେଷ୍ଟର ଗିରିଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଉଦ୍ୟମ ଜାରୀ ରଖିଛନ୍ତି ।

ଏହି ହାତୀ ପଲରେ ଗୋଟିଏ ଦନ୍ତା ସମେତ ପାଞ୍ଚୋଟି ମାଈ ହାତୀର ଦୁଇଟି ଛୁଆ ହାତୀ ଥିବା ବେଳେ ଗତକାଲି ଏହି ହାତୀପଲ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳର ନାରାୟଣ ପ୍ରସାଦ ଅଞ୍ଚଳର ଲାଦେନ୍ ଗାଁ ରୁ ଆସି ବାଲିଗୁଡ଼ା ବନାଞ୍ଚଳର ମୁଠାବାଲି ଦେଇ ଖମଣଖୋଲ ନିକଟସ୍ଥ ଦାରାସିଂ ଜଙ୍ଗଲରେ ରହିବାପରେ ସେଠାରୁ ଯାଇ ବର୍ତ୍ତମାନ କଳାହାଣ୍ଡି ସିମାନ୍ତ

ଅନାଗୁଳ ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ହାତୀକୁ ନେଇ ଭୟଭୀତ ନହେବା ପାଇଁ ଅଞ୍ଚଳ ବାସୀଙ୍କୁ ସଚେତନ କରାଇବା ସହ ହାତୀପଲର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି ବନବିଭାଗ । ସେପଟେ ଘଟଣା ସ୍ଥଳରେ ବାଲିଗୁଡ଼ା ଡିଏଫ୍ଓ ବିଶ୍ବରାଜ ପଣ୍ଡା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।

No Result
View All Result